ଦେଶ ବିଦେଶ ଧର୍ମ

୪୪ ବର୍ଷ ହେଲା ତ୍ୟାଗ କରିଛନ୍ତି ଅନ୍ନ, ରାମ ମନ୍ଦିର ନିର୍ମାଣ ପାଇଁ ୧୨ ବର୍ଷ କରିଥିଲେ ମୌନ ବ୍ରତ : ମାଘ ମେଳାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ମୌନୀ ବାବା

ପ୍ରୟାଗରାଜ ୨୯/୦୧ : ଉତ୍ତର ପ୍ରଦେଶର ସଙ୍ଗମ ନଗରୀ ପ୍ରୟାଗରାଜରେ ଚାଲିଥିବା ମାଘ ମେଳାକୁ ବିଭିନ୍ନ ସ୍ଥାନରୁ ଅନେକ ସଂଖ୍ୟାରେ ସନ୍ଥ ଆସି ପହଞ୍ଚିଛନ୍ତି । କିନ୍ତୁ ସମସ୍ତଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଶିବଯୋଗୀ ମୌନୀ ମହାରାଜ । ମୌନୀ ବାବାଙ୍କୁ ଲୋକମାନେ ରୁଦ୍ରାକ୍ଷ ବାବା ନାମରେ ମଧ୍ୟ ଜାଣିଛନ୍ତି । ତାଙ୍କୁ ଦେଖିବା ପାଇଁ ମାଘ ମେଳାରେ ଅନେକ ସଂଖ୍ୟାରେ ଭକ୍ତଙ୍କର ସମାଗମ ହେଉଛି । ଏହାର କାରଣ ମଧ୍ୟ ଚମକାଇଦେବା ଭଳି ।

ମୌନୀ ବାବା ଗତ ୪୪ ବର୍ଷ ହେଲା ଅନ୍ନ ଏବଂ ଲୁଣ ତ୍ୟାଗ କରିଛନ୍ତି । ବିଗତ ୩୦ ବର୍ଷ ହେଲା ସେ ପ୍ରତିଦିନ ପ୍ରାୟ ୧୧ ହଜାର ଦୀପ ମଧ୍ୟ ଜାଳନ୍ତି । ଶରୀରରେ ସେ ପ୍ରାୟ ୫ଶହ ରୁଦ୍ରାକ୍ଷ ମାଳ ପିନ୍ଧନ୍ତି । ସେ ଦିନକୁ କେବଳ ଥରେ ମାତ୍ର ଖାଦ୍ୟ ଖାଆନ୍ତି । ପ୍ରତିଦିନ ଖାଦ୍ୟରେ ସେ କେବଳ ଫଳମୂଳ ଖାଇବା ଛଡା ଅନ୍ୟ କିଛି ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ପ୍ରତିଦିନ ସନ୍ଧ୍ୟାରେ ସେ କିଛି ଫଳମୂଳ ଖାଆନ୍ତି ଏବଂ ଦିନକୁ ଥରେ ମାତ୍ର ପାଣି ପିଅନ୍ତି ।

ମୌନୀ ବାବାଙ୍କର ଅନ୍ନ ତ୍ୟାଗ କରିବାର କାରଣ ମଧ୍ୟ ସାମ୍ନାକୁ ଆସିଛି । ଦେଶରେ ଏକତା, ଅଖଣ୍ଡତା ଏବଂ ଆତଙ୍କବାଦର ସମୂଳ ନାଶ ପାଇଁ ସେ ଗତ ୪୪ ବର୍ଷ ହେଲା ଅନ୍ନ ତ୍ୟାଗ କରିବା କଥା କହିଛନ୍ତି । ୩୦ ବର୍ଷ ପୂର୍ବରୁ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସଂଘର୍ଷ ଏବଂ ଆନ୍ଦୋଳନ ଜାରି ରହିଥିଲା ସେତେବେଳୁ ହିଁ ମୌନୀ ମହାରାଜ ଦିନକୁ ପ୍ରାୟ ୧୧ ଶହ ଦୀପ ଜାଳିବା ପାଇଁ ସଙ୍କଳ୍ପ କରିଥିଲେ ।

ଆଶ୍ଚର୍ଯ୍ୟର କଥା ହେଉଛି ରାମ ମନ୍ଦିର ନିର୍ମାଣ ପାଇଁ ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ ସାଢେ ୪ କୋଟି ରୁ ଉର୍ଦ୍ଧ୍ବ ଦୀପ ଜାଳିସାରିଲେଣି । ଏହା ବାଦ ସେ ମନ୍ଦିର ନିର୍ମାଣ ପାଇଁ ଏବେ ଯାଏଁ ପ୍ରାୟ ୪୮୯ ମହାଯଜ୍ଞ ମଧ୍ୟ ଆୟୋଜନ କରିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । କିନ୍ତୁ ମୌନି ବାବାଙ୍କର ସଙ୍କଳ୍ପ ଏବେ ମଧ୍ୟ ଜାରି ରହିଛି । ତାଙ୍କର କହିବା କଥା ରାମ ମନ୍ଦିର ନିର୍ମାଣ ଶେଷ ଏବଂ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରିବା ପରେ ଯାଇ ସଙ୍କଳ୍ପ ପୁରା କରିବେ । ତାଙ୍କା ନାମ ମୌନି ବାବା ରଖଯିବାର ଏକ ରହସ୍ୟ ମଧ୍ୟ ରହିଛି । ସେ ରାମ ମନ୍ଦିର ପାଇଁ ୧୨ ବର୍ଷ ପର୍ଯ୍ୟନ୍ତ ମୌନ ବ୍ରତ ଧାରଣ କରିଥିଲେ । ମୌନ ରହିବା କାରଣରୁ ଲୋକମାନେ ତାଙ୍କୁ ମୌନୀ ବାବା ଡାକୁଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ