ଦେଶ ବିଦେଶ ମନୋରଞ୍ଜନ

ପାଣି ପାଇଁ ୨୧କିମି ଚାଲି ଉପହସିତ ହେଲେ ଅକ୍ଷୟ

ବି’ ଟାଉନ୍‌ର ଖିଲାଡ଼ି ବୟ ଅକ୍ଷୟ କୁମାର ଓଭର ଆକ୍ଟିଂକୁ ନେଇ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ନିକଟରେ ଜଳ ସଙ୍କଟକୁ ନେଇ ‘ମିସନ୍ ପାନି’ ନାମର ଏକ ବିଜ୍ଞାପନ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସେ ମହିଳାମାନେ କିଭଳି ପାଣି ପାଇଁ ଲମ୍ବା ବାଟ ଚାଲୁଛନ୍ତି, ସେ ନେଇ ଏକ ଭିଡିଓ ଜାରି କରିଥିଲେ। ଅକ୍ଷୟ ଟ୍ରେଡ୍ ମିଲ୍‌ରେ ୨୧ କିମି ଚାଲି ମହିଳାଙ୍କ କଷ୍ଟକୁ ସହାନୁଭୂତି ଦେବା ଉଦ୍ଦେଶ୍ୟରେ ଏପରି କରିଥିଲେ। ମାତ୍ର ଏହା ତାଙ୍କୁ ମହଙ୍ଗା ପଡ଼ିଛି। କାରଣ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ଏହାକୁ ଓଭର ଆକ୍ଟିଂ କହିବା ସହିତ ୫୦ ଟଙ୍କା ଅଧିକ କାଟିବାକୁ କହିଛନ୍ତି। ସେହିଭଳି ଆଉ ଜଣେ ପ୍ରଶଂସକ ତାଙ୍କୁ କହିଛନ୍ତି ଏଭଳି ଶସ୍ତା ପ୍ରଚାର କରିବା ଅପେକ୍ଷା ସେ ଜଳକ୍ଳୀଷ୍ଟ ଭୋଗୁଥିବା ମହିଳାଙ୍କୁ ସହାୟତା ଦେବା ପାଇଁ ଆଗେଇ ଆସନ୍ତୁ ବୋଲି କହିଛନ୍ତି। ବିଜ୍ଞାପନ ମାଧ୍ୟମରେ ଅକ୍ଷୟ ଜନସାଧାରଣଙ୍କୁ ଜଳ ଅପଚୟ ନ କରିବାକୁ ଅନୁରୋଧ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ