ଖେଳ ଦେଶ ବିଦେଶ ରାଜ୍ୟ

ରେଡ୍‌ର ଚତୁର୍ଥ ଓ ଗ୍ରିନ୍‌ର ଦ୍ବିତୀୟ ବିଜୟ କାଜଲଙ୍କ ଅର୍ଦ୍ଧଶତକ; ରାମେଶ୍ବରୀ ଓ ରୋସ୍‌ନାରାଙ୍କୁ ୩-୩ ୱିକେଟ୍‌

କଟକ: କିଟ୍‌ରେ ଚାଲିଥିବା ଏମ୍‌ଜିଏମ୍‌ ଓଡ଼ିଶା ମହିଳା ଟ୍ବେଣ୍ଟି-୨୦ ଲିଗ୍‌ର ଗୁରୁବାର ଦୁଇଟି ମ୍ୟାଚ୍‌ରେ ଓଡ଼ିଶା ‌ରେଡ୍‌ ଓ ଓଡ଼ିଶା ଗ୍ରିନ୍‌ ବିଜୟ ହାସଲ କରିଛନ୍ତି। ଏଥି ସହିତ ପ୍ରଥମ ଦୁଇ ମ୍ୟାଚ୍‌ ହାରିଥିବା ରେଡ୍‌ ଦଳ ମୋଟ ୬ ମ୍ୟାଚ୍‌ ଖେଳି କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଥିଲା ବେଳେ ଗ୍ରିନ୍‌ ଦଳ ଲଗାତାର ଦୁଇଟି ପରାଜୟ ପରେ ପ୍ରଥମ ଏବଂ ମୋଟ ୬ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିଛି। ରେଡ୍‌ ୧୬ ପଏଣ୍ଟ ସହ ତାଲିକାର ଦ୍ବିତୀୟରେ ରହିଥିଲା ବେଳେ ଗ୍ରିନ୍‌ ୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

ଗୁରୁବାର ପ୍ରଥମ ମ୍ୟାଚ୍‌ରେ ରେଡ୍‌ ୧୦ ଵିକେଟ୍‌ରେ ଓଡ଼ିଶା ଭାଓଲେଟ୍‌କୁ ହରାଇଛି। ଭାଓଲେଟ୍‌ ପ୍ରଥମେ ବ୍ୟାଟି˚ କରି ୫ ଵିକେଟ୍‌ ବିନିମୟରେ ୧୦୪ ରନ୍‌ କରିଥିଲା। କୁନି ବଦରା ୨୮, ସୁଶ୍ରୀ ଦିବ୍ୟଦର୍ଶିନୀ ୨୧ ଓ ତରନ୍ନା ପ୍ରଧାନ ୧୩* ରନ୍‌ କରିଥିଲା ବେଳେ ରେଡ୍‌ ପକ୍ଷରୁ ସ୍ବର୍ଣ୍ଣଲତା ନାୟକ, ରାଜଶ୍ରୀ ସ୍ବାଇଁ ଓ ଏସ୍‌ବି ଲରେନ୍ସ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ। ଜବାବରେ ରେଡ୍‌ ବିନା କୌଣସି କ୍ଷତିରେ ୧୫.୧ ଓଭରରେ ମ୍ୟାଚ୍‌ ଜିତିଥିଲା। ମାଧୁରୀ ମେହେଟ୍ଟା ୪୩* ଓ କାଜଲ ଜେନା ୬୧* ରନ୍‌ର ଅପରାଜିତ ପାଳି ଖେଳି ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। କାଜଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଦ୍ବିତୀୟ ମ୍ୟାଚ୍‌ରେ ଗ୍ରିନ୍‌ ୧୩ ରନ୍‌ରେ ଓଡ଼ିଶା ୟେଲୋକୁ ହରାଇଛି। ଗ୍ରିନ୍‌ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ମଧ୍ୟକ୍ରମରେ ପ୍ରଜ୍ଞା ମହାନ୍ତିଙ୍କ ୩୫ ରନ୍‌ର ପାଳି ବଳରେ ୭ ଵିକେଟ୍‌ ବିନିମୟରେ ୯୫ ରନ୍‌ କରିଥିଲା। ୟେଲୋର ସଫଳ ବୋଲର ଭାବେ ସୁଜାତା ମଲ୍ଲିକ ୨ ଵିକେଟ୍‌ ପାଇଥିଲେ। ତେବେ ୯୬ ରନ୍‌ର ଲକ୍ଷ୍ୟକୁ ବି ହାସଲ କରିବା ୟେଲୋ ପକ୍ଷେ ସମ୍ଭବ ହୋଇନଥିଲା। ଦଳ ୯ ଵିକେଟ୍‌ ବିନିମୟରେ ୮୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳର ରାମେଶ୍ବରୀ ନାଏକ ଓ ରୋସ୍‌ନାରା ପରବିନ୍‌ ପ୍ରତ୍ୟେକ ୩ ଵିକେଟ୍‌ ଲେଖାଏଁ ନେଇଥିଲେ। ତେବେ ୪-୦-୧୩-୩ ବୋଲିଂ ଚିତ୍ର ପାଇଥିବା ରାମେଶ୍ବରୀ ନାଏକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ