ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ

ବାର୍‌ରେ ମସ୍ତି-ରାସ୍ତାରେ ଡ୍ରାମା, ପିଏମଜି ଛକରେ ଯୁବତୀଙ୍କ ହଙ୍ଗାମା…..ତାପରେ ହେଲା କ’ଣ ?

ଭୁବନେଶ୍ୱର,୨୮/୦୧: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ଜଣେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି । ନିଜର ପୁରୁଷ ବନ୍ଧୁଙ୍କୁ ଗାଳି କରିବା ସହିତ ଜଣେ କାର୍‌ ଚାଳକଙ୍କୁ ଠେଲାପେଲା କରିଛନ୍ତି ଯୁବତୀଜଣଙ୍କ । ସକାଳ ବେଳା ଯେଉଁ ରାସ୍ତାରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଚାଲୁଥିଲା, ସନ୍ଧ୍ୟାରେ ସେଠି ଯୁବତୀଙ୍କ ଏମିତି ହଙ୍ଗାମା ସେଠାରେ ଚର୍ଚ୍ଚାରେ ରହିଥିଲା ।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ମାଷ୍ଟରକ୍ୟାଣ୍ଟିନ ଆଡୁ ଏକ କାର୍‌ ଲୋୟର ପିଏମ୍‌ଜି ଆଡେ ଆସିଥିଲା । କଂଗ୍ରେସ ଭବନ ଅତିକ୍ରମ କରିବା ପରେ ଧାରଣାସ୍ଥଳ ପାଖପାଖି ହଠାତ୍‌ କାର୍‌ ଚାଳକ ଜଣକ ବ୍ରେକ୍‌ ମାରିଥିଲେ । କାର୍‌ ରହିବା ପରେ ଜଣେ ଯୁବତୀ କାର୍‌ରୁ ଓହ୍ଲାଇଥିଲେ । ଏହାପରେ ସେ ରାସ୍ତା ମଝିକୁ ମାଡି ଯାଇ ରାସ୍ତା ଉପରେ ଚକା ପକାଇ ବସିପଡିଲେ । କାର୍‌ରୁ ଅନ୍ୟ ଜଣେ ଯୁବକ ବାହାରି ତାଙ୍କୁ ଗାଡ଼ି ଭିତରକୁ ଯିବାକୁ ଡାକିଥିଲେ ମଧ୍ୟ ସେ କିଛି ଶୁଣିନଥିଲେ । ଏହାପରଠୁ ଯୁବତୀଙ୍କ ଡ୍ରାମା ଆରମ୍ଭ ହୋଇଥିଲା। ଯୁବତୀ ଜଣକ ରାସ୍ତାରେ ଉତ୍ପାତ କରିଥିଲେ । ଯୁବକଙ୍କ ପାଖକୁ ଆସି ଗାଳିଗୁଲଜ କରିବା ସହ କାର୍‌ ଚାଳକଙ୍କୁ ଗାଳି କରିଥିଲେ। କାର୍‌ ଚାଳକଙ୍କୁ ଚଢ଼ା ଗଳାରେ କହିଥିଲେ, ତୁ ଜଣେ ଡ୍ରାଇଭର । ଚୁପ୍‌ ବସ୍‌ । ତତେ ମୁରବି ଦେଖାଇବାକୁ କିଏ କହିଲା ବୋଲି ପ୍ରଶ୍ନ କରିଥିଲେ? ଯୁବତୀଙ୍କ ଏମିତି ଆକ୍ଟିଂ ଦେଖି କିନ୍ତୁ ଆଖପାଖର ଲୋକମାନେ ସେଠାରେ ଘେରି ଦୃଶ୍ୟର ମଜ୍ଜା ନେଉଥିଲେ ।

ଏହା ଦେଖି ଧାରଣାସ୍ଥଳରେ ଥିବା ପୋଲିସ କ୍ୟାମ୍ପରୁ ୨ଜଣ ମହିଳା କର୍ମଚାରୀ ଆସି ଯୁବତୀଙ୍କୁ କାବୁ କରିଥିଲେ । ପରେ କ୍ୟାପିଟାଲ ଥାନାରୁ ପିସିଆର୍‌ ଭ୍ୟାନ୍‌ ଆସି ଯୁବତୀଙ୍କୁ ଥାନାକୁ ନେଇଥିଲା। ସେଠାରେ ଯୁବତୀଙ୍କ ହାଇଡ୍ରାମାର ରହସ୍ୟ ଉନ୍ମୋଚିତ ହୋଇଥିଲା । ଜଣାପଡିଥିଲା ଯେ, ଯୁବତୀଙ୍କ ଘର ହେଉଛି ଭୁବନେଶ୍ୱର ସାମ୍‌ପୁରରେ । ସେ ପୁରୁଷ ବନ୍ଧୁଙ୍କ ସହ ଖାରବେଳନଗର ଅଞ୍ଚଳରେ ଥିବା ଏକ ବାର୍‌କୁ ଯାଇଥିଲେ । ସେଠାରେ ମଦ୍ୟପାନ କରି ମତୁଆଲା ହେବା ପରେ ଏପରି ଡ୍ରାମାବାଜି କରିଥିଲେ । ପୋଲିସ୍‌ ଯୁବତୀଙ୍କୁ ଚିକିତ୍ସା କରିଇବା ପରେ ଫାଇନ୍‌ କାଟି ଘରକୁ ପଠାଇ ଦେଇଥିଲା ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ