କଳା ଓ ସଂସ୍କୃତି ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା

ଭୁବନେଶ୍ବର: ଚଳିତ ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା। ଏଥି ସହିତ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ଅନୁଷ୍ଠିତ ବୈଠକରେ ଏହି ଘୋଷଣା ହୋଇଛି। ‌ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଓଡ଼ିଶା ସାହିତ୍ୟ ଏକାଡେମୀର ୨୦୨୦ ମସିହା ନିମନ୍ତେ ମର୍ଯ୍ୟାଦାଜନକ ସର୍ବୋଚ୍ଚ ସାରସ୍ବତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ। ସେହିପରି ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସଧିକାଙ୍କୁ ସମ୍ବର୍ଦ୍ଧନା ଦିଆଯିବ।

ସମ୍ବର୍ଦ୍ଧିତ ହେବାକୁ ଥିବା ବ୍ୟକ୍ତି ବିଶିଷ୍ଟମାନେ ହେଲେ ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ‌ସ୍ବରାଜ୍ୟଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ବରୀ ମିଶ୍ର, ରାଧାବିନୋଦ ନାୟକ, ରା‌ଧାବିନୋଦ ନାୟକ ଓ ମହେଶ୍ବର ମୂଳିଆ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି