ଖେଳ ଦେଶ ବିଦେଶ

ମ୍ୟାଚ୍ ପୂର୍ବରୁ କ୍ରାସ୍ ହେଲା ବିମାନ, ଚାଲିଗଲା ୪ ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ,୨୫/୧: ବ୍ରାଜିଲରେ ଏକ ଆଞ୍ଚଳିକ ମ୍ୟାଚ୍ ପୂର୍ବରୁ ବିମାନ ଦୁର୍ଘଟଣା ଘଟି ୪ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଛି । ଏଥିସହ ସେମାନଙ୍କ ସାଥିରେ ଆସୁଥିବା ବ୍ରାଜିଲ୍ ପାଲ୍ମାସ କ୍ରିକେଟ କ୍ଲବର ପ୍ରେସିଡେଣ୍ଟଙ୍କ ମୃତ୍ୟୁ ହୋଇଛି । କ୍ଲବ୍ ଏନେଇ ଏକ ବୟାନ ଜାରି କରି କହିଛି ଯେ, କ୍ଲବର ପ୍ରେସିଡେଣ୍ଟ ଲୁକାସ ମୀରା ଏବଂ ଚାରିଜଣ ଖିଲାଡ଼ି ଗୁଇଲହୋମ ନୋଏ, ଲୁକାସ ପ୍ରୋକ୍ସିଡେସ୍, ରାନୁଲ୍ ଏବଂ ମାର୍କସ ମୋଲାନାରିଙ୍କର ରବିବାର ମୃତ୍ୟୁ ହୋଇଛି । ଯେତେବେଳେ ସେମାନଙ୍କ ବିମାନ ଏୟାର ଫିଲ୍ଡରୁ ଟେକ୍ ଅଫ୍ କଲା ତାର କିଛି ସମୟ ପରେ ଏହା କ୍ରାସ୍ ହୋଇଯାଇଥିଲା ବୋଲି କ୍ଲବ୍ ପ୍ରକାଶ କରିଛି ।

ନ୍ୟୁଜ୍ ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁସାରେ, ବିମାନର ପାଇଲଟଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଇଛି । ଏହି ବିମାନ ବିଲ୍ ନୋୱା ବିରୋଧରେ ସୋମବାର ଖେଳାଯିବାକୁ ଥିବା କୋପା ବୋର୍ଡ ମ୍ୟାଚ୍ ପାଇଁ ପାଖାପାଖି ୮ ଶହ କିମି ଦୂର ଗୋୟନିଆ ସହରକୁ ଉଡ଼ାଣ ଭରିଥିଲା । ଏହି ୪ ଜଣ ଖେଳିଳି ଏବଂ ପ୍ରେସିଡେଣ୍ଟ ଟିମ୍ଠାରୁ ଅଲଗା ଯାତ୍ରା କରୁଥିଲେ । ସେମାନେ ପୂର୍ବରୁ କୋଭିଡ୍ ରେ ସଂକ୍ରମିତ ହୋଇଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି ।

ତେବେ ଅଧିକାରୀଙ୍କ କହିବା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ବୌରାନ ମଡେଲ୍ ବିମାନ ଥିଲା । ଯେଉଁଥିରେ ଦୁଇଟି ଇଞ୍ଜିନ୍ ଥିଲା କିନ୍ତୁ ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହାର ଯାଞ୍ଚ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ପାଞ୍ଚବର୍ଷ ପୂର୍ବରୁ କଲମ୍ୱିଆରେ ଏହି ପରି ଏକ ବିମାନ ଦୁର୍ଘଟଣାରେ ୧୯ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ