ଦେଶ ବିଦେଶ ସ୍ୱାସ୍ଥ୍ୟ

ଭାରତୀୟ ଧନୀଙ୍କୁ ଆହୁରି ଧନୀ କରିଦେଇଛି କରୋନା, ସଙ୍କଟ ବେଳେ ଯେତିକି ରୋଜଗାର କରିଛନ୍ତି ତାକୁ ବାଣ୍ଟିଦେଲେ ଦେଶର ପ୍ରତି ଗରିବ ପାଇବେ ୯୪ ହଜାର ଟଙ୍କା

ନୂଆଦିଲ୍ଲୀ,୨୫/୧: କରୋନା ସଙ୍କଟ ବିଶ୍ୱର ଆୟ ଅସମାନତାକୁ ବଢାଇ ଦେଇଛି । ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଲକଡାଉନ୍ ଓ ଅନ୍ୟ ପରିସ୍ଥିତି ପାଇଁ କୋଟି କୋଟି ଲୋକ ସେମାନଙ୍କ ରୋଜଗାର ହରାଇଛନ୍ତି । ଏହା ମଧ୍ୟରେ କିନ୍ତୁ ବିଶ୍ୱର ଧନିକମାନଙ୍କର ସମ୍ପତ୍ତି ୩.୯ ଟ୍ରିଲିୟନ ଡଲାର ବା ପ୍ରାୟ ୨୮୫ ଲକ୍ଷ କୋଟି ଟଙ୍କାର ଲାଭ ହୋଇଛି ।

ଅକ୍ସଫାର୍ମ ନାମକ ଏକ ଏନସିଓ ସୋମବାର ନିଜର ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟକୁ ସ୍ୱିଜରଲାଣ୍ଡରେ ହେବାକୁ ଥିବା ଦାବୋସ ସମିଟରେ ପ୍ରଦାନ କରାଯାଇଛି । ରିପୋର୍ଟ ଅନୁସାରେ,ଦଶ ମାସରେ ଭାରତର ଟପ୍ ୧୦୦ କୋଟିପଟିଙ୍କ ସମ୍ପତ୍ତି ପ୍ରାୟ ୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଏହି ଟଙ୍କା ଏତେ ଅଧିକ ଯେ ଯଦି ଗରିବଙ୍କୁ ପ୍ରଦାନ କରାଯାଏ ପ୍ରତ୍ୟେକଙ୍କ ଭାଗରେ ୯୪ ହଜାର ଟଙ୍କା ପଡିବ ।

ଭାରତର ୧୦୦ କୋଟିପତିଙ୍କ ସମ୍ପତ୍ତି ପ୍ରାୟ ୧୨.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ତେବେ ଲକଡାଉନର ପ୍ରଥମ ଦୁଇ ମାସରେ ପ୍ରାୟ ୯.୨ କୋଟି ଲୋକଙ୍କ ଚାକିରୀ ଚାଲିଯାଇଥିଲା ।

କେବଳ ଏତିକି ନୁହେଁ, ବିଶ୍ୱର ଟପ୍ ୧୦ ଧନିଙ୍କ ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିଛି । ଏହା ଏତେ ମାତ୍ରାରେ ଅଧିକ ଯେ, ସାରା ବିଶ୍ୱରେ କରୋନା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ କରାଯାଇପାରିବ ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ଭାଇରସ ସାରା ବିଶ୍ୱର ଆୟର ଅସମାନତାକୁ ଭୟଙ୍କର ଭାବେ ବୃଦ୍ଧି କରିଛି । ଏହାର ପ୍ରଭାବ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ଚଳଣି ଉପରେ ପଡିଛି । ଧନି ଓ ଗରିବ ହୋଇ ଜନ୍ମ ହୋଇଥିବା ଏବଂ ମରୁଥିବା ଲୋକଙ୍କ ମଧ୍ୟରେ ତାରତମ୍ୟ ବଢିଯାଇଛି ।

ସେହିପରି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବିଶ୍ୱର ଟପ୍ ୧୦୦ କୋଟିପତି ୯ ମାସରେ ହିଁ କ୍ଷତି ଭରଣା କରିନେଇଥିଲେ । କିନ୍ତୁ ଗରିବ ଲୋକଙ୍କୁ ଏଥିରୁ ମୁକୁଳିବାକୁ ବର୍ଷ ବର୍ଷ ସମୟ ଲାଗିଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ