ବଲାଙ୍ଗୀର,୨୪/୦୧: ସମାଜ ସେବୀ ଲଲିତ ନାଏକ ଆଉ ଏ ଦୁନିଆରେ ନାହାଁନ୍ତି। ମୃତ୍ୟୁ ପରେ ତାଙ୍କୁ ନିଆରା ଢଙ୍ଗରେ ଦିଆଯାଇଛି ଶ୍ରଦ୍ଧାଞ୍ଜଳି ।
ସ୍ୱର୍ଗତଃ ଲଲିତ ନାୟକ ରକ୍ତଦାନରେ ରାଜ୍ୟପାଲଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ତେବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଯେଉଥିରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସଂଙ୍ଗଠନ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ସ୍ଥାନୀୟ ଲ କଲେଜଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ସହ ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରାଯାଇଥିଲା। ବହୁ ବ୍ୟକ୍ତି ରକ୍ତଦାନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।