ଲାଇଫ୍ ଷ୍ଟାଇଲ

ତ୍ବଚାକୁ ଚମକାଇବ ପାଳଙ୍ଗ ଶାଗ, ବ୍ୟବହାର କରନ୍ତୁ ଏହି ୨ ହୋମମେଡ୍ ଫେସ୍ ପ୍ୟାକ୍

ଭୁବନେଶ୍ବର ୨୩/୦୧ : ପାଳଙ୍ଗ ଶାଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ , କିନ୍ତୁ ଅନେକ ଲୋକ ଏହା ଜାଣିନାହାଁନ୍ତି ପାଳଙ୍ଗ ଶାଗ ତ୍ୱଚାକୁ ଉଜ୍ୱଳ କରିବାରେ ସାହାଯ୍ୟ କରିଥାଏ । ପାଳଙ୍ଗରେ ଥିବା ପୋଷକ ତତ୍ତ୍ବ ସ୍ୱାସ୍ଥ୍ୟ ସହ ତ୍ୱଚା ପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ । ଏହା ତ୍ୱଚାରେ ଚମକ ଆଣିବା ସହ ମୁହଁରେ ବ୍ରଣ ସମସ୍ୟା ଦୂର କରିଥାଏ । ଆସନ୍ତୁ ଜାଣିବା ପାଳଙ୍ଗରେ କିପରି ପ୍ରସ୍ତୁତ ହୁଏ ଫେସପ୍ୟାକ୍ ।

ସାମଗ୍ରୀ :

ପାଳଙ୍ଗର କିଛି ପତ୍ର

ଗୋଲାପ ଜଳ-୧ ଚାମଚ

ଦହି-୨ ରୁ ୩ ଚାମଚ

ପ୍ରସ୍ତୁତ ପ୍ରଣାଳୀ :

ପାଳଙ୍ଗର ପତ୍ରକୁ ଭଲଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରି ସେଥିରେ ଦହି ଏବଂ ଗୋଲାପ ଜଳ ମିଶ୍ରଣ କରନ୍ତୁ । ପ୍ରସ୍ତୁତ ହୋଇଯିବ ଆପଣଙ୍କ ପାଳଙ୍ଗ ଫେସପ୍ୟାକ୍ ।

କେମିତି କରିବେ ବ୍ୟବହାର :

ପ୍ରଥମେ ନିଜର ମୁହଁକୁ ଭଲଭାବରେ ଧୋଇ ସଫା କରନ୍ତୁ ।

ପ୍ରସ୍ତୁତ କରିଥିବା ଫେସପ୍ୟାକ୍ କୁ ମୁହଁ ଏବଂ ବେକରେ ଲଗାଇ ୧୫ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ।

ଫେସପ୍ୟାକ୍ ଶୁଖିଗଲା ପରେ ସଫା ପାଣିରେ ଧୋଇଦିଅନ୍ତୁ ।

ସପ୍ତାହରେ ଦୁଇଥର ଏହା କରିବା ଦ୍ୱାରା ମୁଖ ଜନିତ ସମସ୍ୟା ଦୂର ହୋଇଥାଏ ।

ଗ୍ଲୋଇଙ୍ଗ ସ୍କିଂନ ଫେସ ପ୍ୟାକ୍ :

ସାମଗ୍ରୀ :

ପାଳଙ୍ଗର କିଛି ପତ୍ର

କ୍ଷୀର- ୨ ରୁ ୩ ଚାମଚ

ମହୁ- ୧ ଚାମଚ

ବେସନ- ୧ ରୁ ୨ ଚାମଚ

ପ୍ରସ୍ତୁତ ପ୍ରଣାଳୀ :

ପାଳଙ୍ଗର ପତ୍ରକୁ ଭଲଭାବରେ ଧୋଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ଖିର, ମହୁ ଏବଂ ବେସନ ଭଲ ଭାବରେ ମିଶ୍ରଣ କରନ୍ତୁ ।

ବ୍ୟବହାର :

ପ୍ରଥମେ ନିଜର ମୁହଁକୁ ଭଲଭାବରେ ଧୋଇ ସଫା କରନ୍ତୁ ।

ପ୍ରସ୍ତୁତ କରିଥିବା ଫେସପ୍ୟାକ୍ କୁ ମୁହଁ ଏବଂ ବେକରେ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ।

ଫେସପ୍ୟାକ୍ ଶୁଖିଗଲା ପରେ ସଫା ପାଣିରେ ଧୋଇଦିଅନ୍ତୁ ।

ସପ୍ତାହରେ ଗୋଟିଏ ଥର ପାଳଙ୍ଗର ଫେସପ୍ୟାକ୍ ବ୍ୟବହାର କରନ୍ତୁ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ