ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ମାନବିକତା ଦେଖାଇଲେ ମନ୍ତ୍ରୀ, ଦୁର୍ଘଟଣାରେ ଛଟପଟ ମହିଳାଙ୍କୁ ନେଇ ହସ୍ପିଟାଲରେ କଲେ ଭର୍ତ୍ତି

ବଲାଙ୍ଗୀର ୨୨।୦୧: ମାନବିକତା ଦେଖାଇଲେ ମନ୍ତ୍ରୀ। ଦୁର୍ଘଟଣାରେ ଶୀକାର ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଡ଼ାକ୍ତର ଖାନା ନେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ ଯୋଗ ଦେଇ ଟିଟିଲାଗଡ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ। ହେଲେ ସଇଁତଳା ଥାନା ବରଗାଁ ଛକଠାରେ ଦୁର୍ଘଟଣାରେ ପଡି ଛଟପଟ ହେଉଥିବା ମହିଳାଙ୍କୁ ଦେଖିବାକୁ ପାଇଥିଲେ। ଏହା ପରେ ଆହତ ମହିଳାଙ୍କୁ ନିଜ ଗାଡିରେ ନେଇ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଏପରିକି ହସ୍ପିଟାଲରେ ନିଜେ ଉପସ୍ଥିତ ରହି ମହିଳାଙ୍କ ଚିକିତ୍ସା ସୁବିଧା କରିଛନ୍ତି।


ସୂଚନା ଅନୁସାରେ ଆହତ ମହିଳା ହେଉଛନ୍ତି ସୁନିତା ମିଶ୍ର। ସେ ତାଙ୍କ ସ୍ଵାମୀ ବିଜୟ ମିଶ୍ରଙ୍କ ସହ ବଡ଼ମାଳ ଗୋଳାବାରୁଦ କାରଖାନାରୁ ସଇଁତଲା ଅଭିମୁଖେ ଆସୁଥିବା ସମୟରେ ବରଗାଁରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଦୁର୍ଘଟଣାରେ ପଡ଼ି ମହିଳା ଜଣକ ଛଟପଟ ହେଉଥିବା ବେଳେ ଲୋକ ଗହଳି ହୋଇଥିଲେ। ଏହି ସମୟରେ କିଏ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲା ତ କିଏ ମେଡିକାଲ ନେବାକୁ ଜାତୀୟ ରାଜପଥରେ ଆସୁଥିବା ଅନ୍ୟ ଗାଡିକୁ ଅନୁରୋଧ କରୁଥିଲେ।


ତେବେ ଏହି ସମୟରେ ସେହି ବାଟ ଦେଇ ମନ୍ତ୍ରୀ ଟୁକୁନି ସାହୁ ଟିଟିଲାଗଡ ଫେରୁଥିଲେ। ଦୁର୍ଘଟଣାସ୍ଥଳରେ ଛଟପଟ ହେଉଥିବା ମହିଳା ଜଣଙ୍କୁ ଦେଖି ତୁରନ୍ତ ନିଜ ଗାଡ଼ିରେ ନେଇ ସଇଁତଳା ତାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏପରି କରି ମନ୍ତ୍ରୀ ଟୁକୁନି ସାହୁ ନିଜ ମାନବିକତା ଦେଖାଇଛନ୍ତି।

ଉପସ୍ଥିତ ଜନ ସାଧାରନଙ୍କୁ ଦୁର୍ଘଟଣାରେ ପଡିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ। ତେବେ ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଏଭଳି ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି l

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର