ଦେଶ ବିଦେଶ ମନୋରଞ୍ଜନ

ହମ୍ ଭି କିସି ସେ କମ୍‌ ନେହିଁ : ପ୍ରଥମ ଥର ‘କେବିସି ସିଜିନ୍ ୧୨’ ରେ କେବଳ ମହିଳା ହୋଇଛନ୍ତି କୋଟିପତି

ମୁମ୍ବାଇ ୨୨/୦୧ : ଲୋକପ୍ରିୟ ଟିଭି ସୋ, ‘କୋନ୍ ବନେଗା କରୋଡ୍ ପତି’ ର ପ୍ରତ୍ୟେକ ସିଜିନ୍‌କୁ ପ୍ରଶଂସକଙ୍କର ବେଶ ଭଲପାଇବା ମିଳିଛି କିନ୍ତୁ ଏବେ ସିଜିନ୍ ୧୨ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ କେବିସି ସିଜିନ୍ ୧୨ ଜାରି ରହିଛି । ଏହାପରେ ସୋ ର ହୋଷ୍ଟ, ବଲିଉଡ୍ ର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱର ‘କୋନ୍ ବନେଗା କରୋଡ୍ ପତି-୧୨’ର ମଞ୍ଚରେ ଆଉ ଶୁଣିବାକୁ ମିଳିବନାହିଁ । କିନ୍ତୁ କେବିସିର ଇତିହାସରେ ଏମିତି କିଛି ଘଟିଛି ଯାହା ପୂର୍ବରୁ କେବେ ହୋଇନଥିଲା ।

ଏଥର ସୋ କୁ ଜଣେ କି ଦୁଇଜଣ ନୁହେଁ ବରଂ ଚାରିଜଣ କୋଟିପତି ମିଳିଛନ୍ତି ଏବଂ ସମସ୍ତ ପ୍ରତିଯୋଗୀ ମହିଳା । କେବଳ ମହିଳା ପ୍ରତିଯୋଗୀ କୋଟିପତି ହେବା କେବିସିର ଇତିହାସରେ ପୂର୍ବରୁ କେବେ ହୋଇନଥିଲା । ଜାଣନ୍ତୁ ସେହି ଚାରିଜଣ ମହିଳାଙ୍କ ବିଷୟରେ…

ନାଜିୟା ନସିମ୍ :

ରାଞ୍ଚିରେ ନିବାସୀ ନାଜିୟା ନସିମ୍ ଏହି ସିଜିନର ପ୍ରଥମ କୋଟିପତି ହୋଇଛନ୍ତି । ନାଜିଆ ଦିଲ୍ଲୀରେ ତାଙ୍କ ସ୍ବାମୀଙ୍କ ସହ ରହୁଛନ୍ତି । ଯେଉଁଠାରେ ସେ ରୟାଲ ଏନଫିଲ୍ଡର ଗ୍ରୁପ ମ୍ୟାନେଜର ଭାବେ କାମ କରୁଛନ୍ତି । କୋଟିପତି ହେବାପରେ ନାଜିୟା ତାଙ୍କ ଜିତିବାର ଶ୍ରେୟ ସ୍ୱାମୀ ଏବଂ ପରିବାରଙ୍କୁ ଦେଇଛନ୍ତି ।


ମୋହିତା ଶର୍ମା :

ହିମାଚଳ ପ୍ରଦେଶର ମୋହିତା ଶର୍ମା ଏହି ସିଜିନ୍‌ର ଦ୍ୱିତୀୟ କୋଟିପତି ହୋଇଛନ୍ତି । ମୋହିତା ସୋ ରେ କହିଥିଲେ, ସେ ୫ ଥର ଆଇପିଏସ୍ ପରୀକ୍ଷା ପାଇଁ ଚେଷ୍ଟା କରିବା ପରେ ଶେଷରେ ସେ ସଫଳ ହୋଇଥିଲେ । ମୋହିତା ଜାମ୍ମୁ – କାଶ୍ମୀର ରେ ପୋଷ୍ଟିଙ୍ଗ୍ ହୋଇଛନ୍ତି ଏବଂ ତାଙ୍କ ସ୍ୱାମୀ ରୂସଲ ଗର୍ଗ ମଧ୍ୟ ଜଣେ ଆଇପିଏସ୍ ଅଫିସର ଅଛନ୍ତି ।

ଅନୁପା ଦାସ :

ଅନୁପା ଦାସ ଛତିଶଗଡର ବସ୍ତରରେ ବାସିନ୍ଦା । ସେ କେବିସି ସିଜିନ୍‌-୧୨ର ତୃତୀୟ ବିଜେତା । ଅନୁପା ବସ୍ତରର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି ।

ନେହା ଶାହ :

ମୁମ୍ବାଇର ଡାକ୍ତର ନେହା ସାହ ଏକ କୋଟି ଜିତି କେବିସି ର ଚତୁର୍ଥ କୋଟିପତି ମହିଳା ହୋଇଛନ୍ତି । ନେହା କହିଛନ୍ତି, ୨୦ ବର୍ଷ ପୂର୍ବରୁ ଯେବେ କେବିସି ଆରମ୍ଭ ହୋଇଥିଲା ସେବେଠାରୁ ସେ ଏଥିରେ ଭାଗ ନେବା ପାଇଁ ଚେଷ୍ଟା କରିଆସୁଥିଲେ ଏବଂ ଶେଷରେ ସେ ଏଥିରେ ସଫଳ ହୋଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ