ଦେଶ ବିଦେଶ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସମର୍ଥନ ଟ୍ରଷ୍ଟ ମାଧ୍ୟମରେ ଖୋଲିବ ୫୦ଟି ଶିକ୍ଷାନୁୁଷ୍ଠାନ, ମାଗଣାରେ ପାଠ ପଢ଼ାଯିବ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ ରକ୍ଷାକରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସମର୍ଥ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ। ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାମାାନଙ୍କୁ ମାଗଣାରେ ପାଠ ପଢ଼ାଯିବ । ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆମେ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବୁ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ଟ୍ରଷ୍ଟ ଦ୍ବାରା ଭୁବନେଶ୍ୱର ଉତ୍ତର, ମଧ୍ୟ, ଏକାମ୍ର ତିନିଟି ନିର୍ବାଚନମଣ୍ଡଳୀ ଭିତରେ ଥିବା ପାର୍କରେ ମାଗଣା ଯୋଗ ଶିବିର ଆରମ୍ଭ ହେବ। ଅନାଥ ଆଶ୍ରମରେ ଥିବା ପିଲାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଆବଶ୍ୟକ ଅନୁଯାୟୀ ଉପକରଣ ଯୋଗାଇ ଦିଆଯିବ। ବରିଷ୍ଠମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ ଆରମ୍ଭ ହେବ । ସ୍ଥାନେ ସ୍ଥାନେ ସାମାଜିକ ବିଷୟ ଉପରେ ଆମେ ସେମିନାର ଓ ଆଲୋଚନା ଚକ୍ର ଆରମ୍ଭ କରାଯିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

ସାଂସଦ ଅପରାଜିତା କହିଛନ୍ତି ଯେ, ସାମାଜର ବିକାଶ ଓ ଉନ୍ମେଷ ପାଇଁ ସମର୍ଥ କାର୍ଯ୍ୟ କରିବ। ଏହା ଏକ ଅଣରାଜନୈତିକ ଅନୁଷ୍ଠାନ। ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉଚିତ୍ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି