ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୨୧ରୁ ଆଉ ଦରକାର ନାହିଁ କୋଭିଡ ରିପୋର୍ଟ , ଶ୍ରୀଜିଉଙ୍କୁ ଦୈନିକ ୩୦ ହଜାର ଭକ୍ତ କରିପାରିବେ ଦର୍ଶନ

ପୁରୀ ୧୭।୦୧ : ୨୧ ତାରିଖରୁ ବିନା କୋଭିଡ ନେଗେଟିଭ ସାର୍ଟିଫିକେଟରେ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଦର୍ଶନ। ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଦର୍ଶନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରୁଛି। ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି ।

କୋଭିଡ ନେଗେଟିଭ ସାର୍ଟିଫିକେଟ ନଥିଲେ ମଧ୍ୟ କୋଭିଡ କଟକଣା ପାଇଁ ପ୍ରସ୍ତୁତ ହୋଇଥିବା ଏସଓପିକୁ ସମ୍ପୁର୍ଣ୍ଣ ଭାବେ ଲାଗୁ କରାଯିବ। ପୁରୀ ବାସୀଙ୍କ ପାଇଁ ସକାଳ ୬ ଟାରୁ ୭ଟା ସମୟ ମଧ୍ୟରେ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ସକାଳ ୭ ଟାରୁ ଆରମ୍ଭ ହେବ ଦର୍ଶନ। ମରିଚିକୋଟ ଛକରୁ ଭକ୍ତମାନେ ବ୍ୟାରିକେଡିଂରେ ଆସି ହାତ ସାନିଟାଇଜ କରିବା ସହ ଶ୍ରୀମନ୍ଦିର ଭିତରେ ଦର୍ଶନ କରିବେ। ମନ୍ଦିର ପରିସରରେ ମହାପ୍ରସାଦ ସେବନ ଉପରେ ଥିବା କଟକଣା ଉପରେ ବଳବତ୍ତର ରହିବ।

ସେହିପରି ଭକ୍ତମାନେ କୌଣସି ମୂର୍ତ୍ତିକୁ ସ୍ପର୍ଶ କରିପାରିବେ ନାହିଁ। ଏଯାବତ୍ ପ୍ରାୟ ୬୫ ହଜାର ପୁରୀର ବାସିନ୍ଦା ଓ ପ୍ରାୟ ୧ ଲକ୍ଷ ୨୫ ହଜାର ସାଧାରଣ ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ଦର୍ଶନ କରିଥିବା ବୈଠକରେ ସୂଚନା ଦିଆଯାଇଛି। ଏସଓପିରେ ଥିବା ଅନ୍ୟ ସମସ୍ତ କଟକଣାକୁ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଏସପି କନୱର ବିଶାଳ ସିଂ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ସିଡିଏମଓ, ପୌରାଧିକାରୀ ଓ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ