କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

୨୧ରୁ ତୋଷାଳି ମେଳା: ୧୫ ଦିନ ଧରି ଚାଲିବ, ୨୫୦ ଷ୍ଟଲ ପଡ଼ିବ

ଭୁବନେଶ୍ବର: ଆସନ୍ତା ୨୧ତାରିଖରୁ ପଞ୍ଚଦଶ ତୋଷାଳି ମେଳା ଅନୁଷ୍ଠିତ ହେବ। ଜନତା ମଇଦାନରେ ହେବାକୁ ଥିବା‌ ଏହି ମେଳା ଫେବ୍ରୁଆରି ୫ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। କୋଭିଡ୍‌ ନିୟମକୁ ଅନୁପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି।

ବୈଠକ ଆରମ୍ଭରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା କହିଲେ, ସମସ୍ତ ସହଯୋଗୀ ବିଭାଗର ମିଳିତ ଉଦ୍ୟମରେ ଏହି ମେଳା ସଫଳ ହୋଇପାରିବ। ଏହି ଜାତୀୟସ୍ତରୀୟ ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ। ଗତବର୍ଷ ୪୫୦ଟି ଷ୍ଟଲ ଥିବା ବେଳେ ଚଳିତବର୍ଷ କୋଭିଡ୍‌ ନିୟମକୁ ଆଖିରେ ରଖି ସମୁଦାୟ ୨୫୦ଟି ଷ୍ଟଲ୍‌ କରାଯାଉଛି। ସମସ୍ତ କୋଭିଡ୍‌ ନିୟମର ଅନୁପାଳନ କରାଯାଇ ମେଳାର ଆୟୋଜନ କରାଯାଉଛି ବୋଲି ସଚିବ ଶ୍ରୀମତୀ ଶର୍ମା କହିଛନ୍ତି। ତୋଷାଳି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ ପୁଲିସ, ଯଥେଷ୍ଟ ଟ୍ରାଫିକ୍‌ ବ୍ୟବସ୍ଥା, ଦିନରାତି ଦୁଇ ୟୁନିଟ୍‌ ଅଗ୍ନିଶମ ଦଳ ମୁତୟନ ହେବେ

ବିଦ୍ୟୁତ୍‌ଯୋଗାଣ, ପିଇବା ପାଣି, ଫାଷ୍ଟଏଡ୍‌ ବ୍ୟବସ୍ଥା, ମେଳା ପରିସରର ସ୍ୱଚ୍ଛତା, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ବ୍ୟବସ୍ଥା ଆଦି ଉପରେ‌ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଅତିରିକ୍ତ କମିସନର ଅଫ୍‌ ପୁଲିସ ରେଖା ଲୋହାନୀ, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ରାଜ୍ୟ ଫାୟାର ଅଫିସର, ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ସେଣ୍ଟ୍ରାଲ୍‌ ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌, ପିଏଚ୍‌ଇଡି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗର ପଦାଧିକାରୀମାନେ ଉପସ୍ଥିତ ରହି ମେଳାର ସୁପରିଚାଳନା ନିମନ୍ତେ ନିଜର ମତାମତ ବ୍ୟକ୍ତ କରିଥିଲେ। ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ସିଡାକ୍‌ର ସଦସ୍ୟ ସଚିବ କୈଳାସ ଚନ୍ଦ୍ର ସାହୁ ବୈଠକ ପରିଚାଳନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,