ବଡୋଦରା ୧୪/୦୧ : ଗୁଜରାଟ ବଡୋଦରାରେ ଭଗବାନ ଶିବଙ୍କ ଏମିତି ଏକ ରାହାସମୟୀ ମନ୍ଦିର ଅଛି ଯାହା ଦେଖୁ ଦେଖୁ ଗାୟବ ହୋଇଯାଏ ପୁଣି ହଠାତ ଦୃଶ୍ୟମାନ ହୋଇଯାଏ। ଏଥିପାଇଁ ଏହି ମନ୍ଦିର ସାରା ଦୁନିଆରେ ପ୍ରସିଦ୍ଧ। ଭଗବାନ ଶିବଙ୍କ ଭକ୍ତ ଏହି ଦୃଶ୍ୟ ଦେଖିବାକୁ ଦୂର ଦୂର ବାଟରୁ ଆସିଥାନ୍ତି।
ଏହି ମନ୍ଦିର ନାଁ ହେଲା ସ୍ଥମ୍ଭେଶ୍ଵର ମହାଦେବ ମନ୍ଦିର। ଏହି ମନ୍ଦିର ସମୁଦ୍ର ମଧ୍ୟରେ ରହିଛି। ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକେୟ ନିଜ ତପୋବଳରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହି ମନ୍ଦିର ଗାୟବ ହୋଇଯିବା କୌଣସି ଚମତ୍କାର ନୁହେଁ ବରଂ ଏକ ପ୍ରାକୃତିକ ଘଟଣାର ପରିଣାମ ସ୍ୱରୂପ।
ଦିନକୁ ଅତିକମରେ ଦୁଇଥର ସମୁଦ୍ର ଜଳସ୍ଥର ଏତେ ବୃଦ୍ଧି ପାଇଥାଏ ଯେ ସମ୍ପୂର୍ଣ୍ଣ ମନ୍ଦିର ସମୁଦ୍ରରେ ବୁଡି ଯାଏ। ପୁଣି କିଛି କ୍ଷଣରେ ସମୁଦ୍ର ଜଳସ୍ଥର ହ୍ରାସ ପାଇଲେ ମନ୍ଦିର ଦୃଶ୍ୟମାନ ହୋଇଥାଏ। ଏହି ଘଟଣା ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଘଟିଥାଏ।
ଶ୍ରଦ୍ଧାଳୁ ଏହି ଘଟଣାକୁ ସମୁଦ୍ର ଦ୍ୱାରା ଭଗବାନ ଶିବଙ୍କ ଅଭିଷେକ ବୋଲି କୁହନ୍ତି। ଭକ୍ତ ଦୂରରୁ ହିଁ ଏହି ଦୃଶ୍ୟ ଦେଖନ୍ତି। ସ୍ତମ୍ଭେଶ୍ଵର ମହାଦେବ ମନ୍ଦିର ପାଖାପାଖି ୧୫୦ ବର୍ଷ ପୁରୁଣା। ମନ୍ଦିରରେ ସ୍ଥାପିତ ଶିବଲିଙ୍ଗ ପାଖାପାଖି ୪ ଫୁଟ ଉଚ୍ଚ।
ଏହି ମନ୍ଦିର ନିର୍ମାଣ ସମ୍ବନ୍ଧୀୟ କଥା ସ୍କନ୍ଦ ପୁରାଣରେ ବର୍ଣ୍ଣିତ। କଥା ଅନୁସାରେ, ରାକ୍ଷସ ତାଡକାସୁର କଠୋର ତପସ୍ୟା ବଳରେ ଶିବଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିଥିଲେ ଯେ ତାଙ୍କ ମୃତ୍ୟୁ ସେତେବେଳେ ସମ୍ଭବ ହେବ ଯେତେବେଳେ ଶିବ ପୁତ୍ର ତାଙ୍କୁ ହତ୍ୟା କରିବେ। ଭଗବାନ ଶିବ ତାଙ୍କୁ ଏହି ବରଦାନ ଦେଇଥିଲେ। ଶିବଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତି ହେବାପରେ ତାଡକାସୁର ବ୍ରହ୍ମାଣ୍ଡରେ ଉତ୍ପାତ ହେବା ଆରମ୍ଭ କରିଥିଲା। ସେପଟେ ଶିବଙ୍କ ତେଜରୁ ଉତ୍ପନ୍ନ କାର୍ତ୍ତିକେୟଙ୍କ ପାଳନ-ପୋଷଣ କୃତ୍ତିକାଙ୍କ ଦ୍ୱାରା ହେଉଥିଲା।
ତାଡକାସୁରର ଉତ୍ପାତରୁ ବ୍ରହ୍ମାଣ୍ଡକୁ ମୁକ୍ତ କରିବାକୁ ବାଳରୂପି କାର୍ତ୍ତିକେୟ ତାଡକାସୁରର ବଧ କରିଥିଲେ। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଡକାସୁର ଶିବଙ୍କ ଭକ୍ତ ଥିଲେ ସେ ବହୁତ ଦୁଃଖ ପ୍ରକାଶ କରିଥିଲେ। ସେତେବେଳେ ଦେବତାମାନଙ୍କ ମାର୍ଗ ଦର୍ଶନ ଦ୍ୱାରା ସେ ମହିସାଗର ସଙ୍ଗମ ତୀର୍ଥରେ ବିଶ୍ୱନନ୍ଦକ ସ୍ଥମ୍ଭ ସ୍ଥାପନ କରିଥିଲେ।
ଏହି ସ୍ଥମ୍ଭ ଆଜି ସ୍ଥମ୍ଭେଶ୍ଵର ମହାଦେବ ମନ୍ଦିର ନାମରେ ବିଖ୍ୟାତ। ଏହି ମନ୍ଦିର ଗୁଜରାଟ ବଡୋଦରାରୁ ପାଖାପାଖି ୪୦ କିଲୋମିଟର ଦୂର ଜମ୍ବୁସର ତହସିଲରେ ଅବସ୍ଥିତ। ଏହା ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳ। ଆପଣ ସଡ଼କପଥ, ଟ୍ରେନ କିମ୍ବା ବିମାନ ଯୋଗେ ଏଠାକୁ ଯାଇପାରିବେ।
(ବି.ଦ୍ର: ଏହି ସୂଚନା ସାଧାରଣ ତଥ୍ୟ ଉପରେ ଆଧାରିତ)