କଳା ଓ ସଂସ୍କୃତି ଧର୍ମ

ମାର୍ଗଶିର ମାସକୁ କୁହାଯାଏ ଶ୍ରୀକୃଷ୍ଣଙ୍କ ମାସ, କରନ୍ତୁ ତୀର୍ଥବ୍ରତ ଓ ଦାନପୂଣ୍ୟ

ହିନ୍ଦୁ ପଞ୍ଚାଙ୍ଗର ନବମ ମାସ ହେଉଛି ମାର୍ଗଶିର ମାସ। ଏହାକୁ ଅଗହନ ମାସ ମଧ୍ୟ କୁହାଯାଏ। ଭଗବାନ ବିଷ୍ଣୁ ନିଜେ ଗୀତାରେ କହିଛନ୍ତି ‘ମାସନାଂ ମାର୍ଗଶିରୋହମ’। ଅର୍ଥାତ ସମସ୍ତ ମାସ ମଧ୍ୟରେ ମାର୍ଗଶିର ମୋର ସ୍ୱରୂପ। ଏଣୁ ଏହି ମାସରେ ଶ୍ରୀକୃଷ୍ଣଙ୍କ ସ୍ୱତନ୍ତ୍ର ପୂଜା କରିବାର ପରମ୍ପରା ହିନ୍ଦୁ ଧର୍ମରେ ବହୁ ପୂର୍ବରୁ ପ୍ରଚଳିତ। ଶ୍ରୀକୃଷ୍ଣଙ୍କୁ ଭକ୍ତମାନେ ତାଙ୍କର ବିଭିନ୍ନ ରୂପରେ ପୂଜା କରିଥାନ୍ତି।

ପଞ୍ଚାଙ୍ଗ ଅନୁସାରେ ମାସର ଅନ୍ତିମ ଦିନ ଅର୍ଥାତ ପୂର୍ଣ୍ଣିମା ତିଥିରେ ଯେଉଁ ନକ୍ଷତ୍ର ଥାଏ ସେହି ନକ୍ଷତ୍ର ନାମ ଅନୁସାରେ ମାସର ନାମକରଣ ହୁଏ। କାର୍ତ୍ତିକମାସର ପୂର୍ଣ୍ଣିମାରେ ମୃଗଶିରା ନକ୍ଷତ୍ର ରହିଥାଏ। ଏଣୁ ମାସଟି ମାର୍ଗଶିର ନାମରେ ଜଣାଯାଏ। ୧୧ ନଭେମ୍ବରରୁ ଡିସେମ୍ବର ୧୨ ତାରିଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ମାସରେ ଲୋକେ ଯେଉଁ ପୂଜା, ବ୍ରତ ଆଦି ପାଳନ କରନ୍ତି ତା ବଦଳରେ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ମାନ୍ୟତା ରହିଛି।

ଏହିମାରେ ନଦୀରେ ସ୍ନାନର ବିଶେଷ ମହତ୍ୱ ରହିଛି। ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ଲାଗି ଧ୍ୟାନ କରିବା ବେଳେ ଭଗବାନ ମାର୍ଗଶିର ମାସରେ ଯମୁନା ନଦୀରେ ସ୍ନାନ କଲେ ମୋତେ ପ୍ରାପ୍ତ କରାଯାଇପାରେ ବୋଲି କହିଥିଲେ।ଏଣୁ ସେବେଠାରୁ ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାର ପ୍ରଥା ପ୍ରଚଳିତ ରହିଛି।

ଏହିମାସରେ ଶ୍ରୀକୃଷ୍ଣଙ୍କ ବାଳକ ରୂପକୁ ଆରାଧନା କଲେ ବିଶେଷ ପୂଣ୍ୟ ପ୍ରାପ୍ତି ହୁଏ। ଏଭଳି କୌଣସି ପ୍ରତିମା ଯଦି ଘରେଥାଏ ତେବେ ଦକ୍ଷିଣାବର୍ତ୍ତ ଶଙ୍ଖରେ ପ୍ରତିମାକୁ ଅଭିଷେକ ପୂର୍ବକ ହଳଦିଆ ରଙ୍ଗରବସ୍ତ୍ର ପିନ୍ଧାଇ ବିଭିନ୍ନ ମିଠା ଓ ପିଠା ଭୋଗ କରାଯାଏ। ଏହି ମାସରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ତୀର୍ଥ କରିବାର ବି ମାନ୍ୟତା ରହିଛି। ଯଦି ମଥୁରା ଯିବାର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି ତେବେ ନିକଟରେ ଗୋକୁଲ, ବୃନ୍ଦାବନ ଓ ଗୋବର୍ଦ୍ଧନ ପର୍ବତ ମଧ୍ୟ ଦର୍ଶନ ନିଶ୍ଚିତ କରନ୍ତୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ