କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ

୧୨ ବର୍ଷ ପରିବର୍ତ୍ତେ ୧୧ ବର୍ଷରେ ହେଉଛି କୁମ୍ଭ ମେଳା: ମକର ସଂକ୍ରାନ୍ତିରେ ପ୍ରଥମ ସ୍ନାନ, ଜୀବନରେ ଆଣିଥାଏ ସୁଖ ସମୃଦ୍ଧି

ହରିଦ୍ୱାର ୧୦/୦୧ : ଆରମ୍ଭ ହେବାକୁ ଯାଉଛି କୁମ୍ଭ ମେଳା। ଚଳିତବର୍ଷ କୁମ୍ଭ ମେଳା ହରିଦ୍ୱାରରେ ଆୟୋଜନ କରାଯାଇଛି। କୁମ୍ଭ ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ କିନ୍ତୁ ଏଥର ୧୧ ବର୍ଷ ଅନ୍ତରାଳରେ କୁମ୍ଭ ମେଳା ଆୟୋଜନ ହେଉଛି। କୁମ୍ଭ ମେଳା ଆୟୋଜନ ଜ୍ୟୋତିଷ ଗଣନା ଆଧାରରେ ହୋଇଥାଏ। କିନ୍ତୁ ୨୦୨୨ରେ ବୃହସ୍ପତି ଗ୍ରହ କୁମ୍ଭ ରାଶିରେ ରହିବେନି। ସେଥିପାଇଁ ଏଥର ୧୧ ବର୍ଷ ପରେ କୁମ୍ଭ ଆୟୋଜନ କରାଯାଉଛି।

ପାଞ୍ଜି ଅନୁସାରେ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଛି। ଏହି ଦିନ ପୌଷ ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ପଡୁଛି। ଏହି ଦିନ ଶ୍ରବଣ ନକ୍ଷତ୍ର ରହିବ।

କୁମ୍ଭ ମେଳାରେ ଏଥର ୬ଟି ପ୍ରମୁଖ ସ୍ନାନ ରହିଛି। ପ୍ରଥମ ସ୍ନାନ ମକର ସଂକ୍ରାନ୍ତିରେ ଅଛି। ଏହାପରେ ଦ୍ୱିତୀୟ ସ୍ନାନ ଫେବୃଆରୀ ୧୧ ତାରିଖରେ ମୌନି ଅମାବାସ୍ୟା ତିଥିରେ, ତୃତୀୟ ସ୍ନାନ ଫେବୃଆରୀ ୧୬ ତାରିଖ ବସନ୍ତ ପଞ୍ଚମୀ ଅବସରରେ, ଚତୁର୍ଥ ସ୍ନାନ ଫେବୃଆରୀ ୨୭ ତାରିଖ ମାଘ ପୂର୍ଣ୍ଣିମା ତିଥିରେ, ପଞ୍ଚମ ସ୍ନାନ ଏପ୍ରିଲ ୧୩ ତାରିଖ ଶୁକ୍ଳପକ୍ଷ ପ୍ରତିପଦାରେ ଏବଂ ଷଷ୍ଠ ସ୍ନାନ ଏପ୍ରିଲ ୨୧ ତାରିଖ ରାମ ନବମୀରେ ହେବ।


କୁମ୍ଭ ସ୍ନାନ କଲେ ଅନେକ ପ୍ରକାର ବାଧାରୁ ମୁକ୍ତି ମିଳିଥାଏ। ମକର ସଂକ୍ରାନ୍ତି ଦିନ ୫ଟି ଗ୍ରହର ଯୋଗ ରହିଛି। ସେଥିପାଇଁ ପ୍ରଥମ ସ୍ନାନର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ସହ ଗୁରୁ, ସାନି, ବୁଧ ଓ ଚନ୍ଦ୍ରମା ମଧ୍ୟ ମକର ରାଶିରେ ଉପସ୍ଥିତ ରହିବେ। କୁମ୍ଭ ସ୍ନାନ ଦ୍ୱାରା ଶନିଙ୍କ ପ୍ରକୋପ ଓ ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ। କୁମ୍ଭ ସ୍ନାନ, ଦାନ ଓ ପୂଜା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ