ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଆସନ୍ତା ୧୬ରୁ ରାଜ୍ୟରେ କରୋନା ଟିକାକରଣ, କୋଭିଡ୍ ଟିକା ନିରାପଦ ଓ ଫଳପ୍ରଦ କିନ୍ତୁ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ଵର ୧୧।୦୧: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସାରା ଦେଶରେ ଜାନୁଆରୀ ୧୬ରୁ କରୋନା ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏ ନେଇ କେନ୍ଦ୍ର ସରକାରଙ୍କଠୁ ନେଇ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନସ୍ତରରେ ପ୍ରସ୍ତୁତି ସରିଛି। ପ୍ରଥମ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଉପରେ ଅଗ୍ରାଧିକାର ଦିଆଯାଉଛି। ଟିକାକରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ପ୍ରେସମିଟ୍ କରି ସୂଚନା ଦିଆଯାଇଛି। ଟିକା ନିରାପଦ ଓ ଫଳପ୍ରଦ ବୋଲି ସୂଚନା ଦେଇଛନ୍ତି ଏସସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା।

ସେ କହିଛନ୍ତି ଯେ, ଟିକା ନିରାପଦ ଏବଂ ଫଳପ୍ରଦ। ଏଥିରେ କୌଣସି ସାଇଡ୍ ଇଫେକ୍ଟ ନାହିଁ। ଟିକା ନେବା ଇଚ୍ଛାଧୀନ, ଏହା ବାଧ୍ୟତାମୂଳକ ନୁହେଁ ବୋଲି ପଣ୍ଡା ସ୍ପଷ୍ଟ କରିଛନ୍ତି। ହେଲେ ସ୍ଵାସ୍ଥ୍ୟ କର୍ମୀଙ୍କ ପରିବାରକୁ ପ୍ରଥମେ ଟିକା ମିଳିବନି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ଵାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା ମିଳିବ। ପ୍ରଥମେ ସ୍ଵାସ୍ଥ୍ୟକର୍ମୀଙ୍କୁ ସୁରକ୍ଷିତ କରିବା ପରେ ପରିବାର ଲୋକ କରାଯିବ ବୋଲି ପଣ୍ଡା କହିଛନ୍ତି।

ସେ କହିଛନ୍ତି ପୂର୍ବରୁ କୋଭିଡ୍ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଟିକା ନେବା ଉଚିତ୍। ଟିକା ଦେହରେ ଆଣ୍ଟିବଡି ବଢାଇବ। ଟିକା ନେଲେ କିଛି ସାଇଟ୍ ଇଫେକ୍ଟ ନାହିଁ କି କାହାକୁ ସାମାନ୍ୟ ଜ୍ବର ହେଲେ ବି ଅସୁବିଧା ନାହିଁ। କିନ୍ତୁ ଟିକା ନେବା ବାଧ୍ୟତାମୂଳକ ନୁହେଁ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

ସେ କହିଛନ୍ତି ଆମ ଦେଶର ଜଳବାୟୁ ଅନୁଯାୟୀ ଟିକା ପ୍ରସ୍ତୁତ ହୋଇଛି। ଯେଉଁ ବ୍ୟକ୍ତି ଟିକା ନେବେ ୨୮ ଦିନ ପରେ ସେହି ଟିକାର ୨ୟ ଡୋଜ୍ ନେବେ। ହେଲେ ଟିକା ପାଇଁ ଆପ୍‌ରେ ନାଁ ପଞ୍ଜିକରଣ ଜରୁରି। ପଞ୍ଜିକରଣ କଲେ ମୋବାଇଲକୁ ମେସେଜ ଆସିବ। ମୋବାଇଲରେ କେଉଁଠି ଏବଂ କେବେ ଟିକା ଦିଆଯିବ ମେସେଜ୍ ଆସିବ। ଆବଶ୍ୟକ ପରିଚୟ ପତ୍ର ଦେଖାଇ ଟିକାଦାନ କେନ୍ଦ୍ରରୁ ଟିକା ନେଇହେବ। ବିନା ପଞ୍ଜିକରଣରେ ଟିକା ଦିଆଯାଇପାରିବ ନାହିଁ।

ଟିକା ନେବାକୁ ହେଲେ କଣ କରିବାକୁ ପଡିବ

ମୋବାଇଲ୍‌ ଆପ୍‌ରେ ନାଁ ପଞ୍ଜିକରଣ କରାଇବାକୁ ପଡିବ।

ପଞ୍ଜିକରଣ କଲେ ମୋବାଇଲକୁ ମେସେଜ ଆସିବ।

କେଉଁଠି ଏବଂ କେବେ ଟିକା ଦିଆଯିବ ମେସେଜ୍ ଆସିବ।

ଯେଉଁ ବ୍ୟକ୍ତି ଟିକା ନେବେ ୨୮ ଦିନ ପରେ ସେହି ଟିକାର ୨ୟ ଡୋଜ୍ ନେବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ