ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହାଲୁକାରେ ନିଅନ୍ତୁନି Bird flu ବିପଦକୁ, ଜାଣନ୍ତୁ ଲକ୍ଷଣ ଓ ଉପଚାର

ନୂଆଦିଲ୍ଲୀ ୬।୧: ଭାରତରେ ବାର୍ଡ ଫ୍ଲୁ ପ୍ରକୋପ ଧିରେ ଧିରେ ବଢିବାକୁ ଲାଗିଲାଣି। ଏଭିଏନ ଇନଫ୍ଲୁଏଞ୍ଜା ଭାଇରସ ଏଚ୍୫ଏନ୧ ଯୋଗୁ ବାର୍ଡ ଫ୍ଲୁ ହୋଇଥାଏ। ଏହା ଏକ ଭୂତାଣୁ ସଂକ୍ରମଣ ଯାହା ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ଅନ୍ୟ ପକ୍ଷୀ, ପଶୁ ଓ ମଣିଷକୁ ମଧ୍ୟ ସଂକ୍ରମଣ ହୋଇଥାଏ। କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ଏବେ ପକ୍ଷୀମାରଣ ଅଭିଯାନ ହାତକୁ ନେଇଛନ୍ତି।

ବାର୍ଡ ଫ୍ଲୁ ଅନେକ ପ୍ରକାରର। ତେବେ ଏଚ୍୫ଏନ୧ଏପରି ପ୍ରଥମ ଏଭିଏନ ଇଫ୍ଲୁଏଞ୍ଜା ଯାହା ମଣିଷକୁ ସଂକ୍ରମିତ କରେ। ଏହି ଭୂତାଣୁ ପୋଷା କୁକୁଡାଙ୍କଠାରେ ବେସ୍‌ ସହଜରେ ବ୍ୟାପିଥାଏ। ସଂକ୍ରମଣ ପକ୍ଷୀଙ୍କ ମଳ, ନାକରୁ ବୋହୁଥିବା ପାଣି ମୁହଁରୁ ବାହାରୁଥିବା ଲାଳ ସଂସ୍ପର୍ଶରେ ଆସିଲେ ମଣିଷଙ୍କୁ ବ୍ୟାପିଥାଏ। ଏହି ଭୂତାଣୁ ଏତେ ବିପଦଜନକ ଯେ ଏହାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମୃତ୍ୟୁମୁଖରେ ମଧ୍ୟ ପଡିପାରନ୍ତି। ଏଥିରେ କୁକୁଡା ପାଳନ କରୁଥିବା ଚାଷୀଙ୍କ ପ୍ରତି ଅତ୍ୟାଧିକ ବିପଦ ରହିଛି।


ସେହିପରି ସଂକ୍ରମଣ ସ୍ଥଳକୁ ଯାଉଥିବା ଲୋକେ, ସଂକ୍ରମିତ ପକ୍ଷୀଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରାଣୀ କଞ୍ଚା ଅଥବା ଅଧା ରନ୍ଧା କୁକୁଡା ମାଂସ ଓ ଅଣ୍ଡାରୁ ମଧ୍ୟ ଏହା ବ୍ୟାପିଥାଏ। ସେହିପରି ସଂକ୍ରମିତ ରୋଗୀଙ୍କ ଦେଖରେଖ କରୁଥିବା ଲୋକେ ମଧ୍ୟ ଏହି ଭୂତାଣୁ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥାଏ।

Swabbing barred rock mix breed rooster to test for avian influenza

ବାର୍ଡ ଫ୍ଲୁ ଲକ୍ଷଣ
କୌଣସି ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ ହେଲେ ତାଙ୍କଠାରେ ଜ୍ୱର, ନିଶ୍ୱାସ ପ୍ରଶ୍ୱାସ ନେବାରେ ଅଶ୍ୱଭାବିକତା, କଫ, ଡାୟେରିଆ, ମୁଣ୍ଡ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ପେଟରେ ଯନ୍ତ୍ରଣା, ଗଳା ଖସଖସ, ନାକରୁ ପାଣି ବହିବା, ଆଖିରେ ସଂକ୍ରମଣ, ବାନ୍ତି ଓ ନିମୋନିଆ ଆଦି ସମସ୍ୟା ଉପୁଜିଥାଏ। ଯଦି କୌଣସି ସଂକ୍ରମିତ ସ୍ଥଳ ଅଥବା ବ୍ୟକ୍ତିଙ୍କ ସହ ସମ୍ପର୍କରେ ଆସିବା ପରେ ଏପରି କୌଣସି ଲକ୍ଷଣ ଦେଖାଯାଏ ତେବେ କାଳ ବିଳମ୍ବ ନକରି ଡାକ୍ତରଙ୍କ ସହ ସମ୍ପର୍କ କରିବା ଉଚିତ।

କିପରି ବର୍ତ୍ତିବେ ସଂକ୍ରମଣରୁ
ଭାର୍ଡ ଫ୍ଲୁ ଭଳି ସଂକ୍ରମଣରୁ ବର୍ତ୍ତିବା ଲାଗି କିଛି ସତର୍କତା ଅବଶ୍ୟ ପାଳନୀୟ। ହାତକୁ ସାବୁନରେ ୧୫ ସେକେଣ୍ଡ ପର୍ଯ୍ୟନ୍ତ ସଫା ପାଣିରେ ଧୁଅନ୍ତୁ। ସର୍ବଦା ସାଥିରେ ସାନିଟାଇଜର ରଖନ୍ତୁ। ହାତ ଧୋଇ ନ ପାରିବା ପରିସ୍ଥିତିରେ ହାତକୁ ମଝିରେ ମଝିରେ ସାନିଟାଇଜ୍‌ କରି ନିଅନ୍ତୁ। ସଂକ୍ରମିତ ପୋଲେଟ୍ରି ଫାର୍ମ ଓ ସେଠାରେ କାମ କରୁଥିବା ଲୋକଙ୍କଠାରୁ ଦୂରେଇ ରହନ୍ତୁ। ଫୁଲ ହାତ ସାର୍ଟ ପିନ୍ଧନ୍ତୁ ଓ ଜୋତାକୁ ବାରମ୍ବାର ଡିସଇନଫେକ୍ଟ କରନ୍ତୁ। କାସିବା ଅଥବା ଛିଙ୍କିବା ବେଳେ ମୁହଁକୁ ଘୋଡାଇ ରଖନ୍ତୁ। ବାର୍ଡ ଫ୍ଲୁ ଲାଗି କୌଣସି ଭାକ୍ସିନ ନାହିଁ। ଏଣୁ ସାଧାରଣ ଫ୍ଲୁ ଭାକ୍ସିନରେ ବି ଏଥିରୁ ନିଜକୁ ରକ୍ଷା କରିପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ