କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଜୁଟାଇବାକୁ ବିଜେପିର ଜନସମ୍ପର୍କ ଯାତ୍ରା

ଆଗ୍ରା ୦୯/୦୧ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନେକ ହିନ୍ଦୁ ସଂଗଠନ ଲୋକଙ୍କୁ ଯୋଗାଯୋଗ କରି ଅର୍ଥ ସଂଗ୍ରହ କରୁଛନ୍ତି। ରାମ ମନ୍ଦିର ପାଇଁ ଆରଏସଏସ, ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ଜନସମ୍ପର୍କ କରୁଛି। ଏଥିପାଇଁ ବିଜେପି ମଧ୍ୟ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି। ନିଜେପି ଘର ଘର ଯାଇ ଲୋକଙ୍କୁ ଯୋଗାଯୋଗ କରୁଛି। ଆର୍ଥିକ ସହଯୋଗ ପାଇଁ ବିଜେପି ଶନିବାର ଦିନ ୱାର୍ଡ ସ୍ଥରରେ ଶ୍ରୀରାମ ରଥଯାତ୍ରା ବାହାର କରିଛି। ଯାତ୍ରା ମାଧ୍ୟମରେ ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଧି ସମର୍ପଣ ପାଇଁ ଲୋକଙ୍କୁ ପ୍ରେରିତ କରାଯାଉଛି।


ଜାନୁଆରୀ ୧୫ ରୁ ୨୧ ତାରିଖ ଯାଏଁ ଆଗ୍ରାରେ ନିଧି ସମର୍ପଣ ଅଭିଯାନ ଚାଲିବ। ଏହି ଅଭିଯାନ ଅନୁସାରେ ପ୍ରତ୍ୟେକ ହିନ୍ଦୁ ପରିବାରରୁ ମନ୍ଦିର ନିର୍ମାଣ ପାଇଁ ସହଯୋଗ ଜୁଟାଇବା ସଂଗଠନର ଉଦ୍ଦେଶ୍ୟ। ୧୦ ଟଙ୍କା, ୧୦୦ ଟଙ୍କା ଓ ହଜାରେ ଟଙ୍କା କୁପନ ମାଧ୍ୟମରେ ସହଯୋଗ ରାଶି ଗ୍ରହଣ କରାଯିବ। ବଡ ରାଶି ଚେକ ଦ୍ୱାରା ଗ୍ରହଣ କରାଯିବ। ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପରିବାରକୁ ପ୍ରେରିତ କରିବାକୁ ଏହି ଅଭିଯାନ ଆରମ୍ଭ ହୋଇଛି।

ମହାନଗର ଅଧ୍ୟକ୍ଷ ଭାନୁ ମହାଜନ କହିଛନ୍ତି ଯେ ସମସ୍ତ ୧୦୯ ୱାର୍ଡରେ ଜନସମ୍ପର୍କ ଯାତ୍ରା ବାହାର କରାଯାଉଛି। ଯାତ୍ରାରେ ପ୍ରତ୍ୟେକ ୱାର୍ଡର କାଉନସିଲର୍, କାର୍ଯ୍ୟକର୍ତ୍ତା, ଜନପ୍ରତିନିଧି ସାମିଲ ହୋଇଛନ୍ତି। ତାଛଡା ନେହରୁ ନଗର ମନ୍ଦିରରୁ ବଡ ସଂଖ୍ୟାରେ ଲୋକେ ଏହି ଜନସମ୍ପର୍କ ଯାତ୍ରାରେ ସାମିଲ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,