ଧର୍ମ

ଗର୍ଭବତୀ ମହିଳା ପ୍ରତିଦିନ ଭଗବାନ ଗଣେଶଙ୍କ ଏହି ମନ୍ତ୍ର କରନ୍ତୁ ଜପ : ଶିଶୁ ଉପରେ ପଡ଼ିବ ସକରାତ୍ମକ ପ୍ରଭାବ

ଗର୍ଭବତୀ ମହିଳା ଯଦି ପ୍ରତିଦିନ ଗୋଟିଏ ଖାସ୍ ମନ୍ତ୍ର ଜପ କରିବେ ତେବେ ହେବାକୁ ଯାଉଥିବା ସନ୍ତାନ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ। ଏହି ମନ୍ତ୍ର ଜପ କରିବା ଦ୍ବାରା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଗର୍ଭଧାରଣ ସମୟରେ ମହିଳା ଯେତେବେଳେ ବି ଏହି ମନ୍ତ୍ର ଜପ କଲେ ଶୁଭ ହୋଇଥାଏ। ଏହି ମନ୍ତ୍ରଗୁଡ଼ିକ ହେଲା :
‘‘ରକ୍ଷ ରକ୍ଷ ଗଣାଧ୍ୟକ୍ଷଃ ରକ୍ଷ ତ୍ରୈଲୋକ୍ୟ ନାୟକଃ।
ଭକ୍ତ ନାଭୟଂ କର୍ତ୍ତା ତ୍ରାତାଭବ ଭବାର୍ଣ୍ଣବାତ୍।।
ଜାଣନ୍ତୁ ମନ୍ତ୍ର ଜପ କରିବାର ନିୟମ :
• ଏହି ମନ୍ତ୍ର ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା କିମ୍ବା ଫଟୋ ସାମନାରେ ବସି ଜପ କରିବା ଉଚିତ୍।
• ମନ୍ତ୍ର ଜପ କରିବା ପରେ ଭଗବାନ ଶ୍ରୀ ଗଣେଶଙ୍କୁ ମୋଦକ କିମ୍ବା ମୋତିଚୁର ଲଡ଼ୁ ଭୋଗ କରନ୍ତୁ।
• ଏହା ପରେ ମହିଳା ଅଳ୍ପ ପ୍ରସାଦ ଗ୍ରହଣ କରନ୍ତୁ ଏବଂ ବାକି ପ୍ରସାଦ ପରିବାରର ଅନ୍ୟ ସଦସ୍ୟଙ୍କୁ ବାଣ୍ଟି ଦିଅନ୍ତୁ।
• ଯଦି ସମ୍ଭବ ତେବେ ୟାଠାରୁ ଅଧିକ ଜପ ମଧ୍ୟ କରି ପାରିବେ। ଗର୍ଭବତୀ ମହିଳାଙ୍କ ଡେଲିଭରି ସମୟ ପାଖେଇ ଆସିଲେ ମାଳା ସଂଖ୍ୟା ବୃଦ୍ଧି କରାଯାଇପାରିବ। ଏହା ଦ୍ବାରା ସହଜରେ ପ୍ରସବ ହୋଇପାରେ।
• ଗର୍ଭଧାରଣ ସମୟରେ ଯଦି ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ଆସିଥାଏ ତେବେ ଏହି ଦିନ ଏହି ମନ୍ତ୍ର ଜପ କରନ୍ତୁ।
• ଏହି ମନ୍ତ୍ର ଏକାନ୍ତ ସ୍ଥାନ ଅର୍ଥାତ୍ ରୁମରେ ବସି ଜପ କଲେ ଭଲ ହୋଇଥାଏ,କାରଣ ଏହା ଦ୍ବାରା ଏକାଗ୍ରତା ବଜାୟ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ