କଳା ଓ ସଂସ୍କୃତି ଧର୍ମ

ମଙ୍ଗଳବାର ଦିନ କରନ୍ତୁ ସୁନ୍ଦରକାଣ୍ଡ ପାଠ, ପ୍ରାପ୍ତ ହେବ ହନୁମାନଙ୍କ ବିଶେଷ କୃପା

ଭୁବନେଶ୍ୱର ୦୫/୦୧ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନର ମହତ୍ତ୍ୱ ରହିଛି। ଠିକ ସେହିଭଳି ମଙ୍ଗଳବାର ଦିନ ହନୁମାନଙ୍କୁ ସମର୍ପିତ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ନିଜ ଭକ୍ତଙ୍କ ସବୁ କଷ୍ଟ ଦୂର କରିଥାନ୍ତି। ହନୁମାନ ଖୁବ ସହଜରେ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ସଚ୍ଚୋଟ ମନରେ ହନୁମାନଙ୍କୁ ଆରାଧନା କଲେ ସେ ଭକ୍ତଙ୍କ ସଙ୍କଟ ଦୂର କରିଥାନ୍ତି। ସେଥିପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ଉଚିତ। ହିନ୍ଦୁ ଧର୍ମରେ ସୁନ୍ଦରକାଣ୍ଡ ପାଠର ବିଶେଷ ମହତ୍ତ୍ୱ ରହିଛି। ସୁନ୍ଦରକାଣ୍ଡ ପାଠରେ ଭଗବାନ ହନୁମାନଙ୍କ ସମ୍ପର୍କରେ ବିସ୍ତୃତରେ ଦର୍ଶାଯାଇଛି। ତୁଳସୀ ଦାସଙ୍କ ଦ୍ୱାରା ରଚିତ ସୁନ୍ଦରକାଣ୍ଡ ସବୁଠାରୁ ଲୋକପ୍ରିୟ ଏବଂ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ନିୟମିତ ଅନ୍ତରାଳରେ ଘରେ ସୁନ୍ଦରକାଣ୍ଡ ପାଠ କଲେ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଜାଣନ୍ତୁ ସୁନ୍ଦରକାଣ୍ଡ ପାଠର ମହତ୍ତ୍ୱ ଓ ବିଧି :

ହନୁମାନ ନିଜ ଭକ୍ତଙ୍କୁ ବଳ, ବୁଦ୍ଧି ଓ କୃପା ପ୍ରଦାନ କରିଥାନ୍ତି। ସୁନ୍ଦରକାଣ୍ଡ ପାଠ କଲେ ବ୍ୟକ୍ତି ମଧ୍ୟରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଥାଏ। ଯେଉଁମାନେ ପ୍ରତିଦିନ ସୁନ୍ଦରକାଣ୍ଡ ପାଠ କରନ୍ତି ସେମାନଙ୍କ ଏକାଗ୍ରତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ସୁନ୍ଦରକାଣ୍ଡ ପାଠ କଲେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ନକାରାତ୍ମକ ଭାବନା ଦୂର ହୋଇଥାଏ। ଏହାଦ୍ୱାରା ସକାରାତ୍ମକ ପରିଣାମ ମଧ୍ୟ ମିଳିଥାଏ। ସେଥିପାଇଁ ପଟାଏକ ଘରେ ସୁନ୍ଦରକାଣ୍ଡ ପାଠ କରିବା ଉଚିତ।

ଯଦି ଆପଣ ବିଶେଷ ଫଳ ପ୍ରାପ୍ତି ପାଇଁ ସୁନ୍ଦରକାଣ୍ଡ ପାଠ କରୁଛନ୍ତି ତାହେଲେ ମଙ୍ଗଳବାର କିମ୍ବା ଶନିବାରରୁ ଆରମ୍ଭ କରନ୍ତୁ

– ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

– ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ପୂଜାସ୍ଥାନରେ ଥିବା ହନୁମାନଙ୍କ ପ୍ରତିମା ବିଶେଷ ରୂପେ ପୂଜା କରିବା ଉଚିତ

– ହନୁମାନଙ୍କ ପାଖରେ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମା ନିଶ୍ଚୟ ସ୍ଥାପିତ କରନ୍ତୁ

– ଫୁଲ, ଫଳ, ସିନ୍ଦୁର ଓ ମିଠା ଅର୍ପଣ କରି ହନୁମାନଙ୍କ ପୂଜା କରନ୍ତୁ

– ସୁନ୍ଦରକାଣ୍ଡ ପାଠ କରିବା ପୂର୍ବରୁ ଗଣେଶ ବନ୍ଦନା ନିଶ୍ଚୟ କରନ୍ତୁ

– ସୁନ୍ଦରକାଣ୍ଡ ପାଠ କରିବା ସମୟରେ ତୁଳସୀ ଦାସ ଦ୍ୱାରା ରଚିତ ରାମଚରିତମାନସ ପୂଜା ମଧ୍ୟ କରିବା ଉଚିତ

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ