ଅପରାଧ ରାଜ୍ୟ

ଦୁର୍ଘଟଣାରେ ଗଲା ୬ ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ/କୋଣାର୍କ/ କରଞ୍ଜିଆ ଗୋଲେଇ : ରବିବାର ଦୁଇଟି ଦୁର୍ଘଟଣାରେ ତିନିତିନି ଜଣ କରି ୬ଜଣ ପ୍ରାଣ ହରାଇଛନ୍ତି। ସେଥିମଧ୍ୟରୁ ଗୋଟିଏ ଦୁର୍ଘଟଣା ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ରେ ଘଟିଥିବା ବେଳେ ଅନ୍ୟ ଏକ ଦୁର୍ଘଟଣା ମୟୂରଭଞ୍ଜର କରଞ୍ଜିଆ ଅଞ୍ଚଳରେ ଘଟିଛି।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶରୁ ଆସି ପୁରୀରେ ରହୁଥିବା ୯ ଜଣ ଯାତ୍ରୀ ରବିବାର ପୂର୍ବାହ୍ନରେ ଏକ ଟାଭେରା (ଓଆର୍‌-୧୩-ଜି-୯୦୬୦)ରେ କୋଣାର୍କ ବୁଲିବାକୁ ଯାଉଥିଲେ। ସେମାନେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ରେ ଘନଶ୍ୟାମ ହେମଲତା ଇଂଜିନିୟରିଂ କଲେଜ ଅତିକ୍ରମ କରି ଭୁଆଁଛକ ଆଡ଼କୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଅଟୋ(ଓଡି-୧୩-ଡି-୨୦୬୬) ସହିତ ଟାଭେରାର ମୁହାଁମୁହିଁ ଧକ୍କା ହୋଇଥିଲା। ଏକ ବାଇକ୍‌କୁ ଅତିକ୍ରମ କରୁଥିବା ବେଳେ ଟାଭେରାର ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଫଳରେ, ଟାଭେରାଟି ସିଧା ଯାଇ ଅଟୋକୁ ଧକ୍କା ଦେଇଥିଲା। ଏହିସମୟରେ ବାଇକ୍‌ରେ ଆସୁଥିବା କୋଣାର୍କ ଥାନା ଅନ୍ତର୍ଗତ ଗିରିମା ଗାଁର ବାଦଲ ରାଉତ ଓ ତାଙ୍କ ପୁଅ ବିଶାଳ ରାଉତ ମଧ୍ୟ ଭାରସାମ୍ୟ ହରାଇ ଅଟୋ ସହ ଧକ୍କା ହେବାରୁ ସେମାନେ ଗୁରୁତର ଆହତ ହୋଇଥିଲେ।

ଖବର ପାଇ ସଦର ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଅଧିକାରୀ ଏଏସ୍ଆଇ ମନୋଜ କୁମାର ଦାସଙ୍କ ସହଯୋଗରେ ଘଟଣାସ୍ଥଳରୁ ଚାରିଟି ୧୦୮ ଆମ୍ବୁଲାନ୍ସରେ ଆହତମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅଟୋଚାଳକ ଓ ଏଥିରେ ଥିବା ଜଣେ ମହିଳା ଯାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ବାକି ୭ ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର, ସେମାନଙ୍କ ମଧ୍ୟରୁ ଆଉ ଜଣେ ମହିଳା ଯାତ୍ରୀ ପିପିଲିଠାରେ ଆଖି ବୁଜିଥିଲେ। ମୃତକମାନେ ହେଲେ, ଅଟୋଚାଳକ ଘୋଡ଼ାବଜାର ଧୋବା ସାହିର ଇଙ୍ଗୁ ରେଡ୍ଡୀ ଏବଂ ଏଥିରେ ଥିବା ଯାତ୍ରୀ ଟି. ଅମୁଲୁ ଏବଂ ଏମ୍‌ ଲକ୍ଷ୍ମୀ। ଅଟୋରେ ଥିବା ଅନ୍ୟ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେମାନଙ୍କୁ କଟକକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଟାଭେରା ଗାଡ଼ିରେ ଥିବା ସମସ୍ତ ୯ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ, ୪ ସାଙ୍ଗ ଗୋଟିଏ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଦେଓ କେନାଲ ଭିତରକୁ ଖସି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ, ତାଟୋ ବନ୍ଧସାହିର ମୁରଲିଧର ନାଏକ (୨୫), ଷଡ଼ଙ୍ଗୀ ଟାଇଁସିରାର ବିରାଶ ନାଏକ (୨୩) ଓ ଜଗବନ୍ଧୁ ନାଏକ (୨୬)। ଆହତ ଯୁବକଙ୍କ ନାମ ଦେବବ୍ରତ ନାଏକ।

ସୂଚନା ଅନୁଯାୟୀ‌‌; ଏହି ୪ ସାଙ୍ଗ କରଞ୍ଜିଆ ବ୍ଲକ୍‌ ହାତିବାରୀଠାରେ ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା ଦେଖିବାକୁ ଗୋଟିଏ ବାଇକ୍‌ରେ ଯାଇଥିଲେ। ଖେଳ ଦେଖି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଦେଓ କେନାଲ ରାସ୍ତାରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଖାଇଥିଲେ। ଫଳରେ, ବାଇକ୍‌ ସହ ୪ ଜଣ ଯାକ କେନାଲ ଭିତରକୁ ଖସି ପଡ଼ିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।