ମନୋରଞ୍ଜନ ରାଜ୍ୟ

ଏହି ଲୋକପ୍ରିୟ ନାୟିକାଙ୍କ ସାଥ୍ କେବେ ପାଇବେ ଦୀପକ

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଜଣାଶୁଣା ନାୟକ ଦୀପକଙ୍କ ସହ କେତେଜଣ ଲୋକପ୍ରିୟ ନାୟିକାଙ୍କ ସହ ଏଯାଏ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ। ଏମାନଙ୍କ ଭିତରୁ ଜଣେ ହେଲେ ତମନ୍ନା। ଉଭୟଙ୍କୁ ଏଯାଏ କୌଣସି ଓଡ଼ିଆ ଛବିରେ ଏକାଠି ଦେଖିବାକୁ ପାଇନାହାନ୍ତି ଦର୍ଶକ।

ବାବୁସାନ୍, ଅନୁଭବ ଓ ସବ୍ୟସାଚୀଙ୍କ ଭଳି ଆଗଧାଡ଼ିର ନାୟକଙ୍କ ସହିତ କାମ କରିଛନ୍ତି ତମନ୍ନା। ସେ ଅନୁଭବଙ୍କ ସହ ‘ପ୍ରେମ କୁମାର’, ବାବୁସାନଙ୍କ ସହ ‘ଗୋଲମାଲ୍ ଲଭ୍’ ଏବଂ ସବ୍ୟସାଚୀଙ୍କ ସହ ‘ଲକିର ଲକଡାଉନ୍ ଲଭ୍ ଷ୍ଟୋରି’ ଆଦି ସିନେମାରେ କାମ କରିଛନ୍ତି। ଏହାଛଡ଼ା ସେ ଅମ୍ଳାନ, ଜ୍ୟୋତି, ଦେବ ଓ ଅର୍ଦ୍ଧେନ୍ଦୁଙ୍କ ବିପକ୍ଷରେ ବି ନାୟିକା ଭୂମିକାରେ ତମନ୍ନା ନଜର ଆସିଛନ୍ତି। ତେବେ ଜଣାଶୁଣା ନାୟକ ଦୀପକଙ୍କ ସହ ତାଙ୍କର କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରିନାହିଁ।

ସୂଚନାଯୋଗ୍ୟ, ଦୀପକ ନାୟକ ଭାବେ ପାଖାପାଖି ୧୦ ବର୍ଷ ହେବ ଓଲିଉଡରେ ସକ୍ରିୟ ଅଛନ୍ତି। ତାଙ୍କୁ ଦର୍ଶକ ବେଶକ କେତୋଟି ସିନେମାରେ ଦେଖିସାରିଲେଣି। ସୂଚନାଯୋଗ୍ୟ, ଦୀପକଙ୍କ ପ୍ରଥମ ସିନେମା ହେଲା ‘ମନ ମୋର ପ୍ରଜାପତି’। ଏଥିରେ ସେ କୋଏଲଙ୍କ ସହ ନଜର ଆସିଥିଲେ। ତାପରେ ସେ ‘ଫ୍ୟାମିଲି ନଂ ୧’, ଚାନ୍ଦ ନା ତୁମେ ତାରା’, ‘ଗଳ୍ପ ନୁହେଁ ଅଳ୍ପ ଦିନର’, ଆଖି ଖୋଲିଲେ ତୁ ହି ତୁ’, ‘ସପନର ନାୟିକା’, ‘ଜୋରକା ଝଟକା’ ଓ ‘ପଲ୍ ପଲ୍ ତତେ ଚାହେଁ’ ଆଦି ଛବିରେ ନଜର ଆସିଛନ୍ତି। ସେ ସୂରମୟୀ, କୋଏଲ୍ ଓ ପିଙ୍କି ପ୍ରିୟଦର୍ଶିନୀ ଆଦି ନାୟିକାଙ୍କ ନାୟକ ଭୂମିକାରେ ଦେଖା ଦେଇଛନ୍ତି। କିନ୍ତୁ ତମନ୍ନାଙ୍କ ସହ ସେ କୌଣସି ଓଡ଼ିଆ ଛବିରେ ଅଭିନୟ କରି ନାହାନ୍ତି। ଦେଖାଯାଉ କେବେ ଦୀପକ-ତମନ୍ନା ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଉଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ