ସ୍ୱାସ୍ଥ୍ୟ

ନୂଆଦିଲ୍ଲୀ: ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ଲାଗି ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ (ଏନ୍‌ଟିଏଜିଆଇ) ଗୁରୁବାର ଦିନ ପ୍ରସ୍ତାବ ଦେଇଛି। ପୂର୍ବରୁ ଏହି ବ୍ୟବଧାନ ଥିଲା ୪ ରୁ ୮ ସପ୍ତାହ।

ସେହିଭଳି, ଅନ୍ତଃସତ୍ତ୍ବା ମହିଳାମାନେ ନିଜ ପସନ୍ଦ ମୁତାବକ ଯେକୌଣସି କୋଭିଡ୍‌-୧୯ ଟିକା ବାଛି ନେଇ ପାରିବେ। ପ୍ରସବ କରିବା ପରେ ପରେ ସ୍ତନ୍ୟଦାତ୍ରୀ ମହିଳାମାନେ ମଧ୍ୟ ଯେକ‌ୌଣସି ଦିନ ଏହି ଟିକା ନେଇପାରିବେ।

ଏହା ବ୍ୟତିରେକେ, କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ବ୍ୟକ୍ତିମାନେ ଆରୋଗ୍ୟ ହେବାର ୬ ମାସ ପରେ ଟିକା ନେବା ଉଚିତ ବୋଲି ଟିକାକରଣ କମିଟି ‘ଏନ୍‌ଟିଏଜିଆଇ’ ପ୍ରସ୍ତାବ ଦେଇଛି।

ଲାଗୁ କରାଯିବା ପୂର୍ବରୁ ‘ଏନ୍‌ଟିଏଜିଆଇ’ର ଏହି ପ୍ରସ୍ତାବ ବା ସୁପାରିସପତ୍ରକୁ ‘ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭ୍ୟାକ୍ସିନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫର୍‌-୧୯’କୁ ପଠାଯିବ। କିନ୍ତୁ, ଭାରତ ବାୟୋଟେକ୍‌ ଉତ୍ପାଦିତ ‘କୋଭାକ୍ସିନ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ଅନ୍ତରକୁ ‘ଏନ୍‌ଟିଏଜିଆଇ’ ପରିବର୍ତ୍ତନ କରିନାହିଁ।

କିନ୍ତୁ, ଭାରତ ବାୟୋଟେକ୍‌ ଉତ୍ପାଦିତ ‘କୋଭାକ୍ସିନ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ଅନ୍ତରକୁ ‘ଏନ୍‌ଟିଏଜିଆଇ’ ପରିବର୍ତ୍ତନ କରିନାହିଁ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।