ନୂଆଦିଲ୍ଲୀ ୨୨/୦୬: ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ବିବି ଜାଗିର କୌର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ୧୯୮୪ ଶିଖ ଦଙ୍ଗା ଘଟଣା ଉପରେ ଆଧାରିତ ଏକ ୱେବ୍ ସିରିଜ୍ ‘ଗ୍ରହଣ’ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।
ସୋମବାର ଦିନ ବିବି ଜାଗିର କୌର କହିଛନ୍ତି ଯେ ୱେବ୍ ସିରିଜରେ ଶିଖ ଦଙ୍ଗାର ଦୋଷ ଏକ ଶିଖ୍ ଚରିତ୍ର ଉପରେ ଦାୟୀ କରାଯାଉଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ଏବଂ କାଳ୍ପନିକ । ସେ କହିଛନ୍ତି ଯେ ୱେବ୍ ସିରିଜର ନିର୍ମାତା ଅଜୟ ରାୟ ଏବଂ ଡିସ୍ନି ହଟଷ୍ଟାର ସୁନୀଲ ରିଆନଙ୍କୁ ବିବି ନିରପ୍ରିତ କୌରଙ୍କ ତରଫରୁ ଏକ ଆଇନଗତ ନୋଟିସ ପଠାଯାଇଛି। ସେ ସିରିଜ୍ ନିର୍ମାତା ତଥା ଡିଜନି ହଟଷ୍ଟାରର ମୁଖ୍ୟଙ୍କୁ ଚେତାବନୀ ଦେଇଛନ୍ତି ଯେ ଏହା ରିଲିଜ୍ ହେଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦିଲ୍ଲୀର ପଞ୍ଜାବୀ ବାଗ ନିକଟରେ ଥିବା ଏକ ପାର୍କରେ ସଚ୍ଚଖଣ୍ଡ ଶ୍ରୀ ହରିମନ୍ଦର ସାହେବଙ୍କ ଅନୁକରଣରେ ଏକ ମଡେଲ ତିଆରିକୁ ସେ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଶ୍ରୀ ହରିମନ୍ଦର ସାହେବଙ୍କ କପିକୁ ଶିଖମାନେ କଦାପି ସହ୍ୟ କରିପାରିବେ ନାହିଁ। ସେ କହିଛନ୍ତି ଯେ ଏହି ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ସଙ୍ଗତଙ୍କ ସହାୟତାରେ ପ୍ରସ୍ତୁତ ମଡେଲକୁ ପାର୍କରୁ ହଟାଇ ଦେଇଛି। ୱେବ୍ ସିରିଜ୍ ‘ଗ୍ରହଣ’ ଜୁନ୍ ୨୪ ରେ ଡିଜନି ହଟଷ୍ଟାର ପ୍ଲାଟଫର୍ମରେ ରିଲଜ୍ ହେବାକୁ ଯାଉଛି ।

