ଅପରାଧ ରାଜ୍ୟ

ୱେବ୍ ଚ୍ୟାନେଲ ଅଫିସ୍‌ରେ ଦେହ ବେପାର, କଲେଜ ଛାତ୍ର, ଚ୍ୟାନେଲ୍ ମାଲିକ ଗିରଫ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ମଧୁପାଟଣା-ବାଦାମବାଡ଼ି ଲିଙ୍କରୋଡ୍ ପାର୍ଶ୍ବ ସୂର୍ଯ୍ୟବିହାରର ଆବାସିକ ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରୢାକେଟ୍ ଧରା ପଡିଛି। ‘ତୁଳସୀକ୍ଷେତ୍ର ନିଉଜ୍‌ (ଟିଏନ୍‌ଏସ୍‌) ୱେବ ଚ୍ୟାନେଲ୍ ନାମରେ ଅଫିସ ଖୋଲି ଚାଲିଥିବା ଦେହ ବ୍ୟବସାୟ ରୢାକେଟର ପର୍ଦ୍ଦାଫାସ କରିଛି ପୁଲିସ। ବାଦାମବାଡ଼ି ଥାନା ପୁଲିସ ଆଜି ଏଠାରେ ଚଢ଼ଉ କରି ଦେହ ବ୍ୟବସାୟ ଚଳାଉଥିବା ମାଷ୍ଟରମାଇଣ୍ଡ ସମେତ ଜଣେ ଯୁକ୍ତ ତିନି କଲେଜ ଛାତ୍ରଙ୍କୁ ଗିରଫ କରିଛି। ଏହା ସହିତ ଏହି କାରବାରରେ ସଂପୃକ୍ତ ୫ ଜଣ ମହିଳା ଓ ଯୁବତୀଙ୍କୁ ସେଠାରୁ ଉଦ୍ଧାର କରାଯାଇଛି। ଘର ଭିତରୁ ୧୦ରୁ ଅଧିକ ମୋବାଇଲ୍ ଫୋନ୍ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ପୁଲିସ ଜବତ କରିଛି।

ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଅଞ୍ଚଳରେ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଅଞ୍ଚଳର ସୁଭାଷ କୁମାର ସାହୁ(୪୫) ଗଲା ୧୦ ମାସ ହେବ ଘର ଭଡ଼ା ନେଇ ଦେହ ବ୍ୟବସାୟ ଆରମ୍ଭ କରିଥିଲା। ଏକ କୋଠାର ତଳ ମହଲାରେ ଦୁଇଟି ରୁମ୍ ସହିତ ଶୌଚାଳୟ, ରୋଷେଇ ଘର ଭଡ଼ାରେ ନେଇ ସୁଭାଷ ଏହି ବ୍ୟବସାୟ ଆରମ୍ଭ କରିଥିଲା। ତୁଳସୀକ୍ଷେତ୍ର ନିଉଜ୍ ସର୍ଭିସ ନାଁରେ ଏକ ବ୍ୟାନର ବି ଲଗାଇଥିଲା। ତେଣୁ ସ୍ଥାନୀୟ ବାସିନ୍ଦା ଏ ସମ୍ପର୍କରେ ଅବଗତ ଥାଇ ମଧ୍ୟ ଚୁପ୍ ରହୁଥିଲେ। ସୁଭାଷ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା, ନୟାଗଡ଼, କଟକରୁ ମହିଳା ଓ ଯୁବତୀଙ୍କୁ ଆଣି ଏଭଳି କାର୍ଯ୍ୟରେ ନିୟୋଜିତ କରିଥିଲା। ଏମାନଙ୍କ ବୟସ ୨୦ରୁ ୩୦ ବର୍ଷ ହେବ ବୋଲି ଆକଳନ କରାଯାଉଛି। ପ୍ରତି ଗ୍ରାହକ ପିଛା ୧ ହଜାର ଟଙ୍କା ଲେଖାଏ ନେଉଥିଲା ସୁଭାଷ। ମଙ୍ଗଳବାର ଅପରାହ୍ନରେ ବାଦାମବାଡ଼ି ଥାନା ପୁଲିସ ଏହି ଘରେ ଚଢ଼ଉ କରିଥିବା ବେଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।