ଦେଶ ବିଦେଶ ମନୋରଞ୍ଜନ

ୱିଲ୍‌ ସ୍ମିଥ୍‌ଙ୍କ ଚାପୁଡା କାଣ୍ଡକୁ ନେଇ ରି-କ୍ରିଏଟ୍‌ କଲେ ଟାଟୁ କଳାକାର, ଫଟୋ ଭାଇରାଲ୍‌

ନୂଆଦିଲ୍ଳୀ ୦୧।୦୪ : ଓସ୍କାର ଆୱାର୍ଡ ବିଜେତା ୱିଲ ସ୍ମିଥ ମାରିଥିବା ଚାପୁଡାକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା। ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ସବୁଠି ଏହାକୁ ନେଇ ଚାଲିଛି ଆଲୋଚନା। କମେଡିଆନ୍ କ୍ରିସ୍ ରକ୍‌ଙ୍କୁ ୱିଲ୍ ସ୍ମିଥ ଯେଉଁଭଳି ଭାବେ ଚାପୁଡା ମାରିଲେ ତାହାକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହି ଘଟଣାକୁ ତିନି ଦିନ ବିତିଗଲାଣି। ହେଲେ ସ୍ମିଥ ଚାପୁଡାକୁ ନେଇ ଚର୍ଚ୍ଚା ବନ୍ଦ ହେଉନି।

କ୍ରିସ୍ ରକ୍ ସ୍ମିଥଙ୍କ ଚାପୁଡା ଭୁଲିଯିବେ କିନ୍ତୁ ସୋସିଆଲ ମିଡିଆକୁ ଥର ଏଭଳି ଜିନିଷ ଆସିଲେ ତାହାକୁ କେବେ ଭୁଲି ହବନି । କାରଣ ଏହା ଥରେ ଭାଇରାଲ୍ ହେଲେ ତାହାର ଆଲୋଚନା ଚାଲିଥାଏ । ଏହାରି ଭିତରେ ଏକ ଅଦ୍ଭୁତ ଫଟୋ ସାମ୍ନାକୁ ଆସିଛି । ଟାଟୁରେ ସ୍ମିଥଙ୍କ ଚାପୁଡାକୁ ପୁଣି ରିକ୍ରିଏଟ୍ କରିଛନ୍ତି ଜଣେ ଟାଟୁ କଳାକାର।

ଇନଷ୍ଟାଗ୍ରାମରେ ଏକ ନିଆରା ଟାଟୁର ଭିଡିଓ ସେୟାର କରିଛନ୍ତି। ଏହି ଟାଟୁ ମାଧ୍ୟମରେ କ୍ରିସ୍ ଓ ସ୍ମିଥଙ୍କ ମଧ୍ୟରେ ଘଟିଥିବା ଚାପୁଡା କାଣ୍ଡକୁ ଦର୍ଶାଯାଇଥିବା ନେଇ ଦେଖିବାକୁ ମିଳିଛି । ତାଙ୍କ ପାଖରେ ଏଭଳି ଏକ ଟାଟୁ କରିଥିବା ଜଣେ ଗ୍ରାହକ କରିଛନ୍ତି । ହେଲେ ସେ କିଏ ତାହା ଏଯାଏଂ ପ୍ରକାଶ କରି ନାହାନ୍ତି । ଏହି ଅଦ୍ଭୁତ ଟାଟୁକୁ ନେଇ ଅନେକ ଲୋକେ ପସନ୍ଦ କରିଥିବା ବେଳେ ଆଉ କିଛି ଏହାକୁ ସମାଲୋଚନା କରିଛନ୍ତି। ହେଲେ ବର୍ତ୍ତମାନ ଏବେ ସୋସିଆଲ୍ ମିଡିଆରେ ୱିଲ୍ ସ୍ମିଥ୍‌ ଚାପୁଡା ଟ୍ରେଣ୍ଡ ଚାଲିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ