ଖେଳ

ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ପ୍ରିକ୍ବାର୍ଟରରେ ଫେଡେରର୍‌, କର୍ବର

ଲଣ୍ଡନ : ଜର୍ମାନିର ଆଞ୍ଜେଲିକ୍‌ କର୍ବର ଚଳିତ ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଏହି ୨୫ ମାନ୍ୟତାପ୍ରାପ୍ତ ଖେଳାଳି ଶନିବାର ମହିଳା ଏକକ ତୃତୀୟ ରାଉଣ୍ଡ୍‌ରେ ପ୍ରଥମ ସେଟ୍‌ ହାରିବା ସତ୍ତ୍ବେ ବେଲାରୁଷର ଆଲିକ୍‌ଜାନ୍ଦ୍ରା ସାସ୍‌ନୋଭିକ୍‌ଙ୍କୁ ୨-୬, ୬-୦ ଓ ୬-୧ ସେଟ୍‌ରେ ପରାସ୍ତ କରିଥିଲେ। ତାଙ୍କ ବ୍ୟତୀତ ଶନିବାର ଖେଳାଯାଇଥିବା ଅନ୍ୟ ମହିଳା ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ଚେକ୍‌ ଗଣରାଜ୍ୟର କାରୋଲିନା ମୁଚୋଭା, ଚତୁର୍ଦଶ ମାନ୍ୟତା ବାର୍ବୋରା କ୍ରେସିକୋଭା, ବିଂଶତମ ମାନ୍ୟତା ଆମେରିକାର କୋକୋ ଗଫ୍‌, ୩୦ ମାନ୍ୟତାପ୍ରାପ୍ତ ପୌଲା ବାଦୋସା, ଇମା ରାଡୁବାନୁ ଓ ଆଜ୍‌ଲା ତୋମ୍‌ଜାନୋଭିକ୍‌, ନିଜ ନିଜର ବିଜୟ ଧାରା ଜାରି ରଖି ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ୧୯ତମ ମାନ୍ୟତା ମୁଚୋଭା ୧୬ତମ ମାନ୍ୟତା ରୁଷିଆର ଆନାସ୍ତେସିଆ ପାଭ୍‌ଲିଚେଙ୍କୋଭାଙ୍କୁ ସିଧାସଳଖ ୭-୬ ଓ ୫-୩ ସେଟ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ।

ପୁରୁଷ ଏକକରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଆଲେକ୍‌ଜାଣ୍ଡର ଭେରେଭ୍‌, ଷଷ୍ଠ ମାନ୍ୟତାପ୍ରାପ୍ତ ସ୍ବିଜରଲାଣ୍ଡ୍‌ ତାରକା ରୋଜର୍‌ ଫେଡେରର୍‌, ସପ୍ତମ ମାନ୍ୟତାପ୍ରାପ୍ତ ମାସିଓ ବେରେଟିନି, ଚତୁର୍ଦଶ ମା‌ନ୍ୟତାପ୍ରାପ୍ତ ହବର୍ଟ ହର୍‌କାଜ୍‌, ୨୩ ମାନ୍ୟତାପ୍ରାନ୍ତ ଲରେଞ୍ଜା ସୋନେଗୋ ଓ ଅଣମାନ୍ୟତାପ୍ରାପ୍ତ ଇଲ୍ୟା ଇଭାସ୍କା ତୃତୀୟ ରାଉଣ୍ଡ ଅତିକ୍ରମ କରିଛନ୍ତି। ଭେରେଭ୍‌ ପ୍ରବଳ ସଂଘର୍ଷ କରି ୩୧ ମାନ୍ୟତାପ୍ରାପ୍ତ ଟେଲର ଫ୍ରିଜ୍‌ଙ୍କୁ ୬-୭, ୬-୪, ୬-୩ ଓ ୭-୬ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ଫେଡେରର୍‌ଙ୍କୁ କଡ଼ା ଟକ୍କର ଦେଇଥିଲେ ୨୯ ମାନ୍ୟତା ଇଂଲଣ୍ଡର କାମେରନ୍‌ ନୁରୀ। ଶେଷରେ ଫେଡେରର୍‌ ୬-୪, ୬-୪, ୫-୭ ଓ ୬-୪ ସେଟ୍‌ରେ ବିଜୟୀ ହୋଇଥିଳେ। ଅନ୍ୟ ଏକ ମ୍ୟାଚ୍‌ରେ ନିକ୍‌ କିର୍ଗିଅସ୍‌ ଆହତ ଯୋଗୁଁ ଅଧାରୁ ଓହରିଯିବାରୁ ଷୋଡ଼ଶ ମାନ୍ୟତା ଆଲିଆସିମି ୱାକ୍‌ଓଭର ପାଇଥିଲେ। ୧୦ମ ମାନ୍ୟତାପ୍ରାପ୍ତ ଡେନିସ୍‌ ସାପାଭାଲୋଭ୍‌ ୬-୨, ୬-୪ ଓ ୬-୨ ସେଟ୍‌ରେ ବ୍ରିଟେନ୍‌ ତାରକା ଆଣ୍ଡି ମରେଙ୍କୁ ପରାସ୍ତ କରି ବିଦା କରିଦେଇଥିଲା ବେଳେ ଅଷ୍ଟମ ମାନ୍ୟତାପ୍ରାପ୍ତ ରବର୍ଟ ବତିସ୍ତା ଅଗୁଟ ୭-୫, ୬-୧ ଓ ୭-୬ ସେଟ୍‌ରେ ଡୋମିନିକ୍‌ କୋଏଫରଙ୍କୁ ପରାସ୍ତ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ