ମନୋରଞ୍ଜନ

ୱିଙ୍ଗ୍ ଲୁକ୍‌ରେ ନଜର ଆସିଲେ ଉର୍ବଶୀ ରୌତେଲା: ୟୁଜର୍ସ କଲେ ଟ୍ରୋଲ୍…

ମୁମ୍ବାଇ ୨୨/୦୯ : ବଲିଉଡ୍‌ର ହଟ୍‌ ଓ ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲା । ଉର୍ବଶୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ଏବଂ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାରେ ରହିବାକୁ ଆକର୍ଷଣୀୟ ପୋଷ୍ଟ ସେୟାର କରୁଥିବା ଦେଖାଯାଏ । କିନ୍ତୁ ଇଣ୍ଡଷ୍ଟ୍ରୀରେ ତାଙ୍କ ସୁନ୍ଦରତାକୁ ନେଇ ଖୁବ୍ ଚର୍ଚ୍ଚା । ଉର୍ବଶୀ ଙ୍କ ସୁନ୍ଦରତା ଓ ତାଙ୍କ କଥାରେ ସବୁ ଦିୱାନା । ହେଲେ ଉର୍ବଶୀ ତାଙ୍କ ଆକର୍ଷଣୀୟ ଡ୍ରେସ୍‌ କୁ ନେଇ ସବୁବେଳେ ଲାଇମ୍‌ ଲାଇଟ୍‌କୁ ଆସୁଥିବା ବେଳେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।

ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ଅଲଗା ଏବଂ ଗ୍ଲାମରସ୍ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି । ଯେଉଁଥି ପାଇଁ ସେ ଗୋଟିଏ ପଟେ ପ୍ରଶଂସା ପାଉଥିବା ବେଳେ , ଅନ୍ୟ ପଟେ ଅନେକ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ବର୍ତ୍ତମାନ ଉର୍ବଶୀ ରାଉତେଲା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଫଟୋସୁଟ ପାଇଁ ପ୍ରସ୍ତୁତ ଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଉର୍ବଶୀଙ୍କୁ ଏକ ସିଲଭର ରଙ୍ଗର ଶିମରି ପୋଷାକରେ ଦେଖିବାକୁ ମିଳିଛି । ତାଙ୍କ ପୋଷାକରେ ସ୍ଲିଭ ଜାଗରେ ପର ଲାଗିଛି । ଏଥି ସହିତ, ସେ ଏହି ଫଟୋସୁଟ ପାଇଁ ରାଜକୀୟ ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି । ଏହି ସମୟରେ, ଉର୍ବଶୀଙ୍କ ସିଜଲିଂ ଷ୍ଟାଇଲ ଦେଖି ପ୍ରଶଂସକମାନ ହୋସ୍ ଉଡ଼ିଯାଉଛି।

ତେବେ ଏହି ଭିଡିଓ ସେୟାର କରିବାବେଳେ ଉର୍ବଶୀ ଏକ ଆକର୍ଷଣୀୟ କ୍ୟାପସନ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି । ଏହି ଭିଡିଓରେ ଉର୍ବଶୀ ପ୍ରଶଂସକଙ୍କ ଠାରୁ ପ୍ରଶଂସା କମୁ ନାହିଁ । ଅନ୍ୟପଟେ, ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଥିବା ମଧ୍ୟ ଦେଖାଯାଉଛି। ଟ୍ରୋଲମାନେ ଉର୍ବଶୀଙ୍କ ପୋଷାକକୁ ମଜାଳିଆ ଭାବେ ନେଉଥିବା ବେଳେ କମେନ୍ଟ ମଧ୍ୟ ଦେଉଛନ୍ତି । ଏନେଇ ଜଣେ ୟୁଜର୍ସ ଏହାକୁ ‘ରାବଣର ପୋଷାକ’ ବୋଲି କହୁଥିବା ବେଳେ ଅନ୍ୟ ଜଣେ ତାଙ୍କୁ ‘ପକ୍ଷୀରାଜ’ ବୋଲି କହିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ