ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର/ନୂଆଦିଲ୍ଲୀ: ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ)ର ଦ୍ବିତୀୟ ପ୍ରତିଷ୍ଠା ଦିବସ ଅବସରରେ ‘ଉତ୍କଳ ଉତ୍ସବ’ ଆଭାସୀ ମାଧ୍ୟମରେ ପାଳିତ ହୋଇଯାଇଛି। ଏଥିରେ ଦେଶ ବିଦେଶରୁ ଶତାଧିକ ପ୍ରବାସୀ ଓଡ଼ିଆ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏକ ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ବିଶ୍ୱଭରି ଓଡ଼ିଆ ଏକଜୁଟ୍ ହେବାକୁ ଅତିଥିମାନେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କଳା, ରସ, ଛନ୍ଦ ଓ ଗାରିମା ଅନନ୍ୟ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଜର୍ମାନୀରେ ଅବସ୍ଥାପିତ ରାଜେନ୍ଦ୍ର ନାରାୟଣ ଦାସ ଓଡ଼ିଶାରେ ରହିଥିବା ସାମ୍ପ୍ରତିକ ଶିକ୍ଷା, ସ୍ବାସ୍ଥ୍ୟ ଓ ସଂସ୍କୃତିଗତ ସମସ୍ୟା ନେଇ ଘୋର୍ ଉଦ୍ବେଗ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି କୋଲକାତାସ୍ଥିତ ସତ୍ୟଜିତ ରାୟ ସିନେମା ଓ ଟିଭି ସଂସ୍ଥାନର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ମହାପ୍ରଭୁ ଜଗନ୍ନାଥଙ୍କ ଦୟାରୁ ସାରା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆଙ୍କୁ ୱାଓସୋ ଜରିଆରେ ଜାଣିବାର ସୁଯୋଗ ମିଳିପାରିଛି ବୋଲି କହିଥିଲେ। ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍ ସଚିବ ବିଜୟ ନାୟକ ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନିଜ ଅସ୍ମିତାକୁ ନେଇ ପ୍ରତିଟି ଓଡ଼ିଆ ଗର୍ବ ଅନୁଭବ କରନ୍ତୁ। ଅନ୍ୟତମ ସମ୍ମାନିତ ଅତିଥି ଭୁବନେଶ୍ବରର ମେୟର ସୁଲୋଚନା ଦାସ ଭୁବନେଶ୍ବରକୁ ସରସ ସୁନ୍ଦର କରି ଗଢ଼ି ତୋଳିବାକୁ ପ୍ରବାସୀ ଓଡ଼ିଆମାନଙ୍କ ସାହାଯ୍ୟ, ସହଯୋଗ କାମନା କରିଥିଲେ।
ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ସ୍ବାଗତ ଭାଷଣ ଦେଇଥିଲେ। ୱାଓସୋ ପ୍ରତିଷ୍ଠାତ୍ରୀ ଡ. ଅରୁନ୍ଧତୀ ଦେବୀ ସୌର୍ଯ୍ୟ, ବୀର୍ଯ୍ୟ ଓ ମାଧୁର୍ଯ୍ୟପୁର୍ଣ୍ଣ ନୂଆ ଓଡ଼ିଶା ଗଠନ ପାଇଁ ୱାର୍ଲଡ୍ ଓଡିଶା ସୋସାଇଟି ପ୍ରତିଜ୍ଞାବଦ୍ଧ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଦୁବାଇରୁ ସୁଧାଶ୍ରୀ ଦାଶ ଏବଂ ଭୁବନେଶ୍ବରରୁ ବନୋଜିନୀ ନାୟକ ସଞ୍ଚାଳନ ଓ ଉପସ୍ଥାପନ କରିଥିଲେ। ୱାଓସୋର ମହିଳା ଶାଖାର ଉପସଭାପତି ରୀତା ପାତ୍ର ଧନ୍ୟବାଦ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l