ଦେଶ ବିଦେଶ ମନୋରଞ୍ଜନ

ୱାରେଣ୍ଟ ଜାରି ହେବା ଖବରକୁ ନେଇ ମୁହଁ ଖୋଲିଲେ ସୋନାକ୍ଷୀ ସିହ୍ନା, କହିଲେ-ଏସବୁ ମିଛ… ମୋତେ ହଇରାଣ କରିବାକୁ ଚେଷ୍ଟା କରାଯାଉଛି

ନୂଆଦିଲ୍ଳୀ ୦୯।୦୩ : ନିକଟରେ ଠକେଇ ମାମଲାରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିବା ଖବର ଆସିଥିଲା। ବର୍ତ୍ତମାନ ଏହି ଘଟଣାରେ ସୋନାକ୍ଷୀ ସିହ୍ନା ମୁହଁ ଖୋଲିଛନ୍ତି । ରାଗିକି ବହୁତ କିଛି କହି ଦେଇଛନ୍ତି । ଏହି ସବୁ କଥାକୁ ମିଥ୍ୟା ବୋଲି ମଧ୍ୟ କହିଛନ୍ତି। ସୋନାକ୍ଷୀ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟୀକରଣ ଦେଇଛନ୍ତି।

ଅଭିନେତ୍ରୀ ଲେଖିଛନ୍ତି- ‘ମୁଁ ଅନେକ ସ୍ଥାନରେ ଏପରି ଖବର ଦେଖିଛି ଯେଉଁଠାରେ କୁହାଯାଉଛି ମୋ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ଏହି ସବୁକୁ ନେଇ ମୋ ଠାରୁ କୌଣସି ଯାଞ୍ଚ କରାଯାଇ ନାହିଁ। ଏହି ଖବର ଦୀର୍ଘ ସମୟ ହୋଇଗଲାଣି। ମୁଁ କେବଳ କହିବାକୁ ଚାହେଁ ଏହି ସମସ୍ତ ଖବର ସଂପୂର୍ଣ୍ଣ ମିଥ୍ୟା ଅଟେ। ଏହି ଉପାୟରେ ମୋତେ ହଇରାଣ କରିବାକୁ ଚେଷ୍ଟା କରାଯାଉଛି। ଆଉ ମୁଁ କୁଆଡେ ଯାଇ ନାହିଁ , ମୁଁ ମୋ ଘରେ ହିଁ ଅଛି ।

ଏହାକୁ ନେଇ ଆହୁରି ଲେଖିଛନ୍ତି- ‘ମୁଁ ସମସ୍ତ ମିଡିଆ ହାଉସ୍ ଏବଂ ସାମ୍ବାଦିକମାନଙ୍କୁ ଏପରି କୌଣସି ମିଥ୍ୟା ଖବର ନକରିବାକୁ ଅନୁରୋଧ କରୁଛି। କେହି ପବ୍ଲିସିଟି ପାଇବା ପାଇଁ ମୋ ନାମକୁ ଏହି ଉପାୟରେ ବ୍ୟବହାର କରୁଛି। ଏହି ମାମଲା ମୁରାଦାବାଦ କୋର୍ଟରେ ବିଚାରଧିନ ଏବଂ ଆହ୍ଲାବାଦ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି।

କୋର୍ଟଙ୍କ ଅବମାନନା ପାଇଁ ମୋ ଟିମ୍ ଏହି ବ୍ୟକ୍ତିଙ୍କ ବିରୋଧରେ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମୁରାଦାବାଦ କୋର୍ଟ ଏହି ମାମଲାରେ ନିଜର ରାୟ ନ ଦେବା ପର୍ଯ୍ୟନ୍ତ ଏହା ମୋର ଏକମାତ୍ର ମନ୍ତବ୍ୟ ହେବ, ତେଣୁ ଦୟାକରି ଏଥିପାଇଁ ମୋ ପାଖକୁ ଆସନ୍ତୁ ନାହିଁ। ମୁଁ ଘରେ ଅଛି ଏବଂ ଆପଣଙ୍କୁ ନିଶ୍ଚିତ କରୁଛି ଯେ ମୋ ବିରୁଦ୍ଧରେ କୌଣସି ୱାରେଣ୍ଟ ଜାରି କରାଯାଇ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ