ଖେଳ ଦେଶ ବିଦେଶ

ୱଣ୍ଡରର୍ସରେ ଭାରତର ପ୍ରଥମ ପରାଜୟ: ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ବିଜୟୀ

ଜୋହାନ୍ସବର୍ଗ: ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକାର ଦୁର୍ଗ ଦଖଲ କରିଥିବା ଭାରତ କିନ୍ତୁ ନିଜ ଅପରାଜିତ ଦୁର୍ଗରେ ଆତ୍ମସମର୍ପଣ କରିଛି। ଜୋହାନେସ୍‌ବର୍ଗର ‌ୱଣ୍ଡରର୍ସରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟରେ ଭାରତକୁ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ହରାଇ ଦେଇଛି। ଏହି ପଡ଼ିଆରେ ଅଦ୍ୟାବଧି ଅପରାଜିତ ଥିବା ଭାରତ ନିଜ ଷଷ୍ଠ ଟେଷ୍ଟ୍‌ରେ ପ୍ରଥମ ଥର ପରାଜୟ ବରଣ କରିଛି। ଦକ୍ଷିଣ ଆଫ୍ରିକା କିନ୍ତୁ ଭାରତ ବିପକ୍ଷରେ ମୋଟ ଉପରେ ବିଗତ ୬ ମ୍ୟାଚ୍‌ରୁ ପ୍ରଥମ ବିଜୟ ପାଇଲା। ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ବିଜୟୀ ହେବା ପରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ଥିତିକୁ ଚାଲି ଆସିଛି। ଉଭୟ ପାଳିରେ ଦାୟିତ୍ବର ସହ ବ୍ୟାଟିଂ କରିଥିବା ଅଧିନାୟକ ଡିନ୍ ଏଲଗାର (୨୮ ଓ ୯୬*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ତୃତୀୟ ତଥା ‌ନିର୍ଣ୍ଣାୟକ ଶେଷ ଟେଷ୍ଟ୍‌ ଜାନୁଆରି ୧୧ ତାରିଖରୁ କେପ୍‌ ଟାଉନ୍‌ରେ ଖେଳାଯିବ। ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୪୦ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ଗୁରୁବାର ଘରୋଇ ଦଳ ୩ ୱିକେଟ୍ ହରାଇ ୨୪୩ ରନ୍‌ ସଂଗ୍ରହ କରିନେଇଥିଲା।

ଗୁରୁବାର ବର୍ଷା ଲାଗି ରହିବାରୁ ପ୍ରଥମ ଦୁଇ ଅଧିବେଶନ ଖେଳ ସମ୍ଭବ ହୋଇନଥିଲା। ଶେଷକୁ ୩୪ ଓଭରର ଖେଳ ସମ୍ଭବ ହେବା ଯୋଜନାରେ ଆରମ୍ଭ ହୋଇଥିଲା। ୧୧୮/୨ରୁ ଖେଳିଥିବା ଘରୋଇ ଦଳ ପାଇଁ ଡିନ୍ ଏଲଗାର ଓ ରାଶି ଭାନ୍‌ ଡର୍‌ ଦୁସେନ୍ ଦୃଢ଼ତାର ସହ ଖେଳିଥିଲେ। ପୂର୍ବ ଦିନ ଅପରାହ୍‌ଣରୁ ଏକାଧିକ ବାଉଁସରକୁ ଶରୀରରେ ସହି ଆସିଥିବା ଏଲଗାର ନିଜ ଏକାଗ୍ରତାକୁ ଭଙ୍ଗ ହେବାକୁ ଦେଇନଥିଲେ। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଚୌକା ମାରି ବିଜୟୀ କରାଇଥିଲେ। ଶତକ (୯୬*, ୧୮୮ ବଲ୍‌, ୧୦ ଚୌକା)ରୁ ବଞ୍ଚିତ ରହିଥିଲେ ମଧ୍ୟ ଅଣ୍ଡରଡଗ୍‌ ଦକ୍ଷିଣ ଆଫ୍ରିକାକୁ ଐତିହାସିକ ବିଜୟ ଦେଇ ଶୃଙ୍ଖଳାକୁ ବରାବର ସ୍ତରକୁ ନେଇ ଆସିଥିଲେ। ଗୁରୁବାର ପତନ ଘଟିଥିବା ରାଶି ଭାନ୍‌ ଡର୍‌ ଦୁସେନ୍‌ (୪୦, ୯୨ ବଲ୍‌)ଙ୍କ ଏକମାତ୍ର ୱିକେଟ୍‌କୁ ମହମ୍ମଦ ସାମି ଦଖଲ କରିଥିଲେ। ୨୦୧୮ରେ ଏଠାରେ ଭାରତକୁ ବିଜୟୀ କରିଥିବା ଦୁଇ ପ୍ରମୁଖ ବୋଲର୍‌ ଯଶପ୍ରୀତ୍ ବୁମରା ଓ ମହମ୍ମଦ ସାମି ମିଳିତ ଭାବେ ଉଭୟ ପାଳିରୁ ମାତ୍ର ୪ ୱିକେଟ୍ ନେବା ଭାରତକୁ ବିଜୟ ପର୍ଯ୍ୟନ୍ତ ନେଇପାରିନଥିଲା। ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳିରେ ୭ ୱିକେଟ୍ ନେଇ ଅପୂର୍ବ ସଫଳତା ଅର୍ଜନ କରିଥିବା ଶାର୍ଦୁଳ ଠାକୁରଙ୍କ ପ୍ରଦର୍ଶନ ବି ବେକାର ଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ