ରାଜ୍ୟ ସ୍ପେଶାଲ ରିପୋର୍ଟ

୯ ବର୍ଷ ହେଲା ଦାଖଲ କରୁ ନାହାନ୍ତି ସତ୍ୟପାଠ: ୨୫ ହଜାର ଟଙ୍କା ଜମା‌ କରିବେ ରାଜ୍ୟ ସରକାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ୨୦୧୩ମସିହାର ଏକ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ ନକରି ବାରମ୍ବାର ସମୟ ନେଉଥିବାରୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ଆଭିମୁଖ୍ୟ ପାଇଁ ହାଇକୋର୍ଟ ବାର ଆସୋସିଏସନ୍ ୱେଲ୍‌ଫେୟାର୍‌ ପାଣ୍ଠିରେ ୨୫ ହଜାର ଟଙ୍କା ଜମା କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ. ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ଏକ ସପ୍ତାହ ମହଲତ ଲୋଡ଼ାଯାଇଥିବା ବେଳେ ହାଇକୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ ବି ଏଭଳି ଢଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହା‌ଇକୋର୍ଟ ବାର୍ ଆସୋସିଏସନ୍ ୱେଲ୍‌ଫେୟାର୍‌ ପାଣ୍ଠିରେ ୨୫ ହଜାର ଟଙ୍କା ଜମାକରି ଏ ସଂପର୍କିତ ପ୍ରମାଣପତ୍ର ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଡିସେମ୍ବର ୧୪ ସୁଦ୍ଧା ସତ୍ୟପାଠ ଦାଖଲ ନ ହୁଏ, ତେବେ ପରବର୍ତ୍ତୀ ଶୁଣାଣି ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍ପଷ୍ଟୀକରଣ ରଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩, ଜାନୁଆରି ୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ର କେତେକ ଗ୍ରାମକୁ ପଦ୍ମପୁର ବ୍ଲକ୍‌ରେ ସାମିଲ ପ୍ରସଙ୍ଗ ନେଇ ଏହି ଜନସ୍ବାର୍ଥ ମାମଲା ୨୦୧୩ରେ ଦାୟର ହୋଇଥିଲା। ୨୦୧୩, ଅଗଷ୍ଟ ୫ରେ ହାଇକୋର୍ଟରେ ରାଜ୍ୟ ସରକାର ଜବାବ ଦାଖଲ କରିଥିଲେ। ସରକାରୀସ୍ତରରେ ବ୍ଲକ୍‌ ପୁନର୍ଗଠନ ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଜବାବରେ ଉଲ୍ଲେଖ କରାଯାଇଥିଲା। ୨୦୨୧, ମାର୍ଚ୍ଚ ୨୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ବ୍ଲକ୍‌ ପୁନର୍ଗଠନ ପ୍ରସଙ୍ଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜୁନ୍ ୨୯ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାର ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ଲୋଡ଼ିଥିଲେ। ସେପ୍ଟେମ୍ବର ୨୭ରେ ସତ୍ୟପାଠ ଦାଖଲ ପାଇଁ ସରକାର ପୁଣି ମହଲତ ଲୋଡ଼ିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେବାସହିତ ନଭେମ୍ବର ୧୪ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ କହିଥିଲେ। କିନ୍ତୁ, ଆଜି ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ମାର୍ଚ୍ଚ ୨୧ର ନିର୍ଦ୍ଦେଶ ପରେ ୯ ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇ ନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।