ରାଜ୍ୟ ସ୍ପେଶାଲ ରିପୋର୍ଟ

୮ ମାସ ପରେ ଘରକୁ ଫେରିଲେ ତିନି ବାଂଲାଦେଶୀ ମତ୍ସ୍ୟଜୀବୀ: ସାମୁଦ୍ରିକ ବାତ୍ୟାରେ ଭାସି ଭାସି ଭାରତୀୟ ସୀମାକୁ ପଶି ଆସିଥିଲେ

ଜଗତସିଂହପୁର: ଦୀର୍ଘ ୮ ମାସ ପରେ ଆଜି ପାରାଦୀପରୁ ନିଜ ଘରକୁ ଫେରିଛନ୍ତି ତିନି ବାଂଲାଦେଶୀ ମତ୍ସ୍ୟଜୀବୀ। ଜଟାଧାର ମୂହାଣ ଥାନା ଇନ୍‌ସପେକ୍ଟର୍‌ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଏକ ଟିମ୍ ଏହି ତିନି ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ସୀମାରେ ଛାଡ଼ିବେ ବୋଲି ଜଣାପଡ଼ିଛି। ଆଜି ସକାଳୁ ସେମାନଙ୍କୁ ଏଠାରୁ ନିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ବାଂଲାଦେଶ ସରକାରଙ୍କୁ ବହୁବାର ଚିଠି ଲେଖିଥିଲା। ଶେଷରେ ଉଭୟ ଦେଶର ସରକାରଙ୍କ ମଧ୍ୟରେ ବୁଝାମଣା ସଫଳ ହୋଇଛି ଓ ସେମାନଙ୍କୁ ଘରକୁ ଯିବା ପାଇଁ ସୁଯୋଗ ମିଳିଛି।

ସୂଚନା ମୁତାବକ, ଗତ ବର୍ଷ ଅକ୍ଟେବାର ୨୧ ତାରିଖ ଦିନ ବାଂଲାଦେଶର ୧୮ ଜଣ ମତ୍ସ୍ୟଜୀବୀ ଗୋଟିଏ ମାଛଧରା ଟ୍ରଲର୍‌ରେ ସମୁଦ୍ରକୁ ଆସିଥିଲେ। ଏହା ପରଦିନ ସାମୁଦ୍ରିକ ବାତ୍ୟା ସିତରଙ୍ଗ ପ୍ରଭାବ ଆରମ୍ଭ ହୋଇଯାଇଥିଲା। ଗଭୀର ସୁମଦ୍ରରେ ପରିସ୍ଥିତି ଏତେ ଭୟଙ୍କର ଥିଲା ଯେ, ଏହି ମାଛ ଧରା ଟ୍ରଲରରେ ଏକ ବଡ଼ ଢ଼େଉ ଜୋର୍‌ରେ ମାଡ଼ ହୋଇଥିଲା। ଜୀବନ ବଞ୍ଚାଇବାକୁ ଯାଇ ଏହି ଟ୍ରଲର୍‌ରେ ଥିବା ୨୦ ଜଣ ଯାକ ସମୁଦ୍ରକୁ ଡେଇଁ ପହଁରିବାକୁ ଲାଗିଥିଲେ। ପାରାଦୀପ ନିକଟ ଗଭୀର ସମୁଦ୍ରରେ ୮ ନଟିକାଲ୍‌ ମାଇଲ୍‌ ଦୂରରେ ଭାସୁଥିବା ବେଳେ ଏହି ତିନି ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ପାଞ୍ଚଦିନ ଧରି ଜୀବନ ବଞ୍ଚାଇବା ପାଇଁ ଗଭୀର ସମୁଦ୍ରରେ ପହଁରୁଥିବା ବେଳେ ତିନି ଜଣ ମତ୍ସ୍ୟଜୀବୀ ମହମ୍ମଦ ନାଜିର୍‌, ମହମ୍ମଦ ମିରାଜ୍‌ ଓ ମହମ୍ମଦ ମୋଫିଜ୍‌ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କୁ ଅଠରବାଙ୍କୀ ଛକରେ ଥିବା ଏକ ସ୍ବତନ୍ତ୍ର କେନ୍ଦ୍ରରେ ରଖାଯାଇଥିଲା। ଯେହେତୁ ଏହି ତିନି ଜଣ ଘରକୁ ଫେରି ପାରି ନଥିଲେ ସେମାନଙ୍କ ଘର ଲୋକ ସେପଟେ ଚିନ୍ତାରେ ଥିଲେ। ମୁମ୍ବାଇର ଜଣେ ଫଳ ଦୋକାନୀଙ୍କୁ ପାରାଦୀପ ପଠାଇ ଘଟଣା ସମ୍ପର୍କରେ ବୁଝିଥିଲେ। କିନ୍ତୁ ସ୍ଥାନୀୟ ପୁଲିସ, ପ୍ରଶାସନର ଉଦ୍ୟମରେ ସେମାନଙ୍କୁ ​ନିଜ ଦେଶକୁ ଫେରିବାର ସୁଯୋଗ ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।