ଦେଶ ବିଦେଶ ସ୍ୱାସ୍ଥ୍ୟ

୭୫ ଲକ୍ଷ ମହିଳାଙ୍କ ଖାତାକୁ ଗଲା ୧୦ ହଜାର ଟଙ୍କା, ନିର୍ବାଚନ ପୂର୍ବରୁ NDAର ବୁଷ୍ଟର ଡୋଜ୍

ମହିଳା ସଶକ୍ତିକରଣ ସ୍ବାବଲମ୍ବୀ ପାଇଁ ବିହାରରେ ଏନ୍‌ଡିଏ ସରକାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା । ଏହି ଯୋଜନା ଅଧୀନରେ ୭୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ମୋଟ୍‌ ୭୫୦୦ କୋଟି ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରି ମହିଳାଙ୍କ ସଶକ୍ତ ଉପରେ ଦେଇଛନ୍ତି ଗୁରୁତ୍ବ । ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି ପଦକ୍ଷେପ ଏନ୍‌ଡିଏ ପାଇଁ ବୁଷ୍ଟର ଡୋଜ୍‌ ସାବ୍ୟସ୍ତ ହୋଇଛି । ସେପେଟ ଏହାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ଜମୁଛି ବିହାର ନିର୍ବାଚନୀ ମଇଦାନ । ହେଭିୱେଟ୍‌ଙ୍କ ପ୍ରଚାର ଭିତରେ ବିହାର ମହିଳାଙ୍କୁ ସଶକ୍ତ କରିବା ପାଇଁ ଏନ୍‌ଡିଏ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ । ୭୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ମୋଟ୍‌ ୭୫୦୦ କୋଟି ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି । ଏହି ଯୋଜନା ମହିଳାଙ୍କୁ ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବ । ପ୍ରଦର୍ଶନର ମୂଲ୍ୟାଙ୍କନ କରିବା ପରେ ମହିଳା ଉଦ୍ୟୋଗୀଙ୍କୁ ୬ ମାସ ପରେ ଅତିରିକ୍ତ ୨ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ । ତେବେ ଏହି ଯୋଜନା ମହିଳାମାନେ ନିଜ ନିଜର ପସନ୍ଦର କ୍ଷେତ୍ରରେ କରିପାରିବେ । କୃଷି, ପଶୁପାଳନ, ହସ୍ତଶିଳ୍ପ, ସିଲାଇ, ବୁଣିବା ଏବଂ ଅନ୍ୟ ଲଘୁ ଉଦ୍ୟୋଗରେ ମହିଳାମାନେ ନିଜସ୍ବ ଉଦ୍ୟୋଗ ଆରମ୍ଭ କରିପାରିବେ । ଏହି ଅବସରରେ ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ଉପରେ ଜୋର୍‌ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ