ଅପରାଧ ରାଜ୍ୟ

୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ସମ୍ବଲପୁର: ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧା ଦୁଷ୍କର୍ମର ଶିକାର ହୋଇ ଗୁରତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଦୁଷ୍କର୍ମ ଅଭିଯୁକ୍ତ ୨୦ ବର୍ଷୀୟ ଯୁବକକୁ ପୁଲିସ ଅଟକ ରଖି ଜେରା କରୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ। ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ସମ୍ବଲପୁରରେ ପ୍ରବଳ ବର୍ଷା ହେଉଥିଲା। ସେହି ସମୟରେ ଯୁବକ ଜଣକ ବୃଦ୍ଧାଙ୍କ ଘରକୁ ଯାଇଥିଲା। ଘରର କବାଟକୁ ଭିତର ପଟୁ ବନ୍ଦ କରି ବୃଦ୍ଧାଙ୍କୁ ଜବରଦସ୍ତ କିଛି ଖାଇବା ପାଇଁ ଦେଇଦେଲା। ତାପରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଚାଲିଲା।

ଜଣେ ପଡ଼ୋଶୀ ସଂପୃକ୍ତ ବୃଦ୍ଧାଙ୍କୁ ଖାଇବା ପାଇଁ ପଚାରିବାକୁ ଯାଇ କବାଟ ଖୋଲିବାକୁ ଡାକିବା ବେଳେ, ‘ମୋତେ ମାରିଦେଲାରେ ବୋଲି ବୃଦ୍ଧା କହିଥିଲେ। ତା’ପରେ ପଡ଼ୋଶୀ ଯେତେ ଡାକିଥିଲେ ବୃଦ୍ଧା ଆଉ ଶୁଣି ନଥିଲେ। ତାଙ୍କର ସନ୍ଦେହ ହେବାରୁ ସେ ବାହାରୁ ତାଲା ପକାଇ ଧନୁପାଲି ଥାନାକୁ ଏ ବିଷୟରେ ଜଣାଇଥିଲେ। ପୁଲିସ ପାଖାପାଖି ୫ଟା ବେଳେ ଯାଇ କବାଟ ଖୋଲିବା ପରେ ବୃଦ୍ଧା ଅଚେତ ଅବସ୍ଥାରେ ଥିଲେ। ଅଭିଯୁକ୍ତ ଯୁବକ ଜଣକ ଏକ କମଳ ଘୋଡ଼ାଇ ହୋଇ ଖଟ ତଳେ ଲୁଚିଥିଲା। ପୁଲିସ ତୁରନ୍ତ ବୃଦ୍ଧାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ବୃଦ୍ଧାଙ୍କୁ ମେଡିସିନ୍‌ ଵାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଅନ୍ୟପଟେ ଅଭିଯୁକ୍ତକୁ ପୁଲିସ ଥାନାରେ ଅଟକ ରଖି ଜେରା କରୁଛି। ପୁଲିସ ଡାକ୍ତରଖାନାକୁ ଯାଇ ବୃଦ୍ଧାଙ୍କୁ ମଧ୍ୟ ଘଟଣା ବିଷୟରେ ପଚରାଉଚରା କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।