ଅପରାଧ ଦେଶ ବିଦେଶ ମନୋରଞ୍ଜନ

୮ବର୍ଷ ବୟସରେ ଅଭିନେତ୍ରୀ ହେବେ ବୋଲି ବାପାଙ୍କୁ କହିଥିଲେ ନୋରା, ମିଳିଥିଲା ଏମିତି ଜବାବ

ମୁମ୍ବାଇ ୨୪।୫: ଅଭିନେତ୍ରୀ ନୋରା ଫତେହିଙ୍କୁ କିଏ ନଜାଣିଛି । ନୋରାଙ୍କ ନାଁ ଏବେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ବରେ ଫେମସ୍ ହୋଇସାରିଛି । ୨୦୧୮ରେ ନୋରାଙ୍କ ଗୋଟିଏ ଗୀତ ଯାହା ତାଙ୍କୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦେଇଥିଲା । କିନ୍ତୁ ଆଜି ଯେଉଁ ଜାଗାରେ ନୋରା ପହଞ୍ଚିଛନ୍ତି ସେଠାରେ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ଖାସକରି ପରିବାର ତରଫରୁ ତାଙ୍କୁ କୌଣସି ସପୋର୍ଟ ମିଳିନଥିଲା । ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।

ନୋରା ଛୋଟ ବେଳୁ ଜାଣିଯାଇଥିଲେ ଯେ ତାଙ୍କୁ କ’ଣ କରିବାର ଅଛି । ନୋରା ବହୁ ପୂର୍ବରୁ ଆରବୀ ଭାଷାରେ ଡବିଂ ହିନ୍ଦୀ ଫିଲ୍ମ ଖୁବ୍ ଦେଖୁଥିଲେ । ଯେତେବେଳେ ନୋରା ୮ବର୍ଷର ଥିଲେ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ବଡ ହୋଇ ଅଭିନେତ୍ରୀ ହେବେ । ନୋରାଙ୍କ ମୁହଁରୁ ଏକଥା ଶୁଣି ତାଙ୍କ ବାପା ରୋକଠୋକ ମନା କରିଦେଇଥିଲେ । ସେ କହିଥିଲେ ଆଉ କେବେବି ଏମିତି କଥା ନକହିବାକୁ । ତୁ ଡାକ୍ତର ହଅ, ଶିକ୍ଷୟିତ୍ରୀ ହଅ କି ଓକିଲ ହଅ । କିନ୍ତୁ ଅଭିନେତ୍ରୀ ହେବାର ସ୍ବପ୍ନ ଦେଖନି । ସେହି ସମୟରେ ନୋରା ବହୁତ ଛୋଟ ଥିଲେ । ତାଙ୍କୁ ଯାହା କୁହାଗଲା ସେ ସେୟା ହିଁ କରିଥିଲେ ।

କିନ୍ତୁ ନୋରାଙ୍କ ଡ୍ୟାନ୍ସ ନିଶା କମ୍ ହେବ କଣ ବଢିବାକୁ ଲାଗିଥିଲା । ସେ ଘରେ ଲୁଚିଲୁଚି ଡ୍ୟାନ୍ସ କରୁଥିଲେ । ତାଙ୍କ ମା’ ତାଙ୍କ ଡ୍ୟାନ୍ସକୁ ବିରୋଧ କରୁଥିଲେ । କିନ୍ତୁ ନୋରା କେବେ ଡ୍ୟାନ୍ସ କରିବା ଛାଡିନଥିଲେ । ଏଥିପାଇଁ ସେ ଗାଳିଠୁ ନେଇ ମାଡ ଯାଏଁ ସବୁ ସହିଥିଲେ, କିନ୍ତୁ ଡ୍ୟାନ୍ସ ନିଶା କେବେ କମ୍ ହୋଇନଥିଲା । ଶେଷରେ ନୋରା ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ସେ ଭାରତରେ କାମ କରିବାର ବର୍ଷାଧିକ ହୋଇସାରିଲାଣି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ