ଅପରାଧ ରାଜ୍ୟ

୭ ମାସରେ ୬୪ କୋଟିର ନିଶା ସାମଗ୍ରୀ ଜବତ, ଗିରଫ ହୋଇଛନ୍ତି ୧୫ ହଜାର ନିଶା ମାଫିଆ

କଟକ : ଚଳିତବର୍ଷ ମାତ୍ର ୭ ମାସ ଭିତରେ ୬୪ କୋଟି ୧୩ ଲକ୍ଷ ଟଙ୍କା ମୂଲ୍ୟର ନିଶା ସାମଗ୍ରୀ ଅବକାରୀ ବିଭାଗ ଜବତ କରିଛି। ୨୦୨୧-୨୨ରେ ଜାନୁଆରିରୁ ଜୁଲାଇ ମାସ ଯାଏ ୧୭.୮୨ କୋଟି ଟଙ୍କାର ନିଶା ଜବତ ହୋଇଥିଲା। ଚଳିତ ବର୍ଷ ଏହି ମାସ ଭିତରେ ଜବତ ସମ୍ପତ୍ତି ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି। ଜବତ ସାମଗ୍ରୀ ଭିତରେ ରହିଛି ବ୍ରାଉନସୁଗାର, ଗଞ୍ଜେଇ ଓ ସିରପ୍ ଭଳି ନିଶା ସାମଗ୍ରୀ।
ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ କମିସନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨୦୨୧-୨୨ ଓ ୨୦୨୨-୨୩ରେ ଜାନୁଆରିରୁ ଜୁଲାଇ ଭିତରେ ରାଜ୍ୟରେ ନିଶା କାରବାର ଉପରେ ଅବକାରୀ ବିଭାଗର ପଦକ୍ଷେପକୁ ନେଇ ସମୀକ୍ଷା କରାଯାଇଛି। ୨୦୨୧-୨୨ ଜାନୁଆରିରୁ ଜୁଲାଇ ଯାଏ ମୋଟ ୧୦ ହଜାର ୫୩୬ଟି ମାମଲା ଠାବ ହୋଇଥିବା ବେଳେ ୮ ହଜାର ୬୦୧ ଜଣ ଗିରଫ ହୋଇଛନ୍ତି। ୨୦୨୨-୨୩ ବର୍ଷରେ ଏହି ସମୟରେ ୧୮ ହଜାର ୧୪୫ଟି ମାମଲା ଠାବ ଏବଂ ୧୪ ହଜାର ୬୮୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଚଳିତବର୍ଷ ୭୨.୨ ପ୍ରତିଶତ ମାମଲା ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ୭୦.୮ ପ୍ରତିଶତ ଗିରଫଦାରୀ ସଂଖ୍ୟାରେ ବୃଦ୍ଧି ଘଟିଛି। ୨୦୨୧-୨୨ରେ ଜାନୁଆରିରୁ ଜୁଲାଇ ଯାଏ ନିଶା କାରବାରରେ ବ୍ୟବହୃତ ୬୫୯ଟି ଗାଡ଼ି ଜବତ ହୋଇଥିବା ବେଳେ ୨୦୨୨-୨୩ରେ ୭୬୫ ଗାଡ଼ି ଜବତ ହୋଇଛି। ଜବତ ଗାଡ଼ି ସଂଖ୍ୟା ଚଳିତ ବର୍ଷ ୧୬.୧ ପ୍ରତିଶତ ବୃଦ୍ଧି ପାଇଛି।

‌ସେହିଭଳି, ୨୦୨୧-୨୨ ବର୍ଷରେ ଜାନୁଆରିରୁ ଜୁଲାଇ ଯାଏ ଏନଡିପିଏସ୍ ମାମଲା ୧୭୪ ଟି ଠାବ ହୋଇଥିବା ବେଳେ ୨୧୬ ଜଣ ଗିରଫ ହୋଇଛନ୍ତି। ୨୦୨୨-୨୩ରେ ଏହି ମାସରେ ୫୮୩ ମାମଲା ଠାବ ହୋଇଥିବା ବେଳେ ୬୬୬ ଜଣ ଗିରଫ ହୋଇଛନ୍ତି। ମାମଲା ଠାବ ସଂଖ୍ୟା ୨୩୫.୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗିରଫଦାରୀ ସଂଖ୍ୟା ୨୦୮.୩ ପ୍ରତିଶତ ବୃଦ୍ଧି ଘଟିଛି। ଗଞ୍ଜେଇ ୨୦୨୧-୨୨ ବର୍ଷରେ ଜାନୁଆରିରୁ ଜୁଲାଇ ଯାଏ ୭ ହଜାର ୯୧୯ କେଜି, ବ୍ରାଉନସୁଗାର ୨୩୮୮.୫ ଗ୍ରାମ, କଫ ସିରପ୍ ୮୫ ଲିଟର ଜବତ ହୋଇଥିବା ବେଳେ ୨୦୨୨-୨୩ରେ ଏହି ମାସରେ ୧୨ ହଜାର ୭୧୦ କେଜି ଗଞ୍ଜେଇ, ୬୨୧୪.୭ ଗ୍ରାମ୍ ଓ ୩୨୦ ଲିଟର୍ କଫ ସିରପ୍ ଜବତ ହୋଇଥିବା ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ବୈଠକରେ କମିସନର ଶ୍ରୀ ସିଂହଙ୍କ ସମେତ ଏନଫୋର୍ସମେଣ୍ଟ ସେଲ୍, ବଟଲିଂ ୟୁନିଟ୍, ବିଭିନ୍ନ ଜିଲ୍ଲାର ଅବକାରୀ ଏସ୍‌ପିମାନେ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।