ରାଜ୍ୟ ସ୍ପେଶାଲ ରିପୋର୍ଟ

୭ ବର୍ଷ ପରେ ବି କାଞ୍ଚିନଦୀ ପୋଲ ଅଧାଗଢ଼ା

ପୁରୀ : ପୁରୁଣା ପୋଲ ବିପଦସଂକୁଳ ଘୋଷଣା ହୋଇସାରିଛି। ନୂଆ ପୋଲ ନିର୍ମାଣ କାର୍ଯ୍ୟ ଗତ ୭ ବର୍ଷ ହେଲା ଶେଷ ହେଉନାହିଁ। ପୋଲ ନିର୍ମାଣକୁ ଅଧପନ୍ତରିଆ ଭାବେ ପକାଇ ଦେଇ ଠିକାଦାର ଛୁ ମାରିଥିବା ବେଳେ ପୂର୍ତ୍ତ ବିଭାଗ ମଧ୍ୟ ଏହାକୁ ଗୁରୁତ୍ବ ଦେଉନାହିଁ। ଫଳରେ ଶହଶହ ଲୋକେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି।

ଜାନକାଦେଇପୁରଠାରେ ଭାର୍ଗବୀର ଶାଖା ନଦୀ କାଞ୍ଚି ଉପରେ ନିର୍ମାଣ ହୋଇଥିବା ଏହି ପୋଲ ବହୁ ପୁରୁଣା। ଏହା କୌଣସି ଅତ୍ୟାଧୁନିକ ପିଲାର ଉପରେ ଛିଡ଼ା ହୋଇନି। ପୁରୁଣା କାଳିଆ ପଥର କାନ୍ଥ ଉପରେ ଏହା ଦଣ୍ଡାୟମାନ। ବହୁ ବର୍ଷ ପୁରୁଣା ଏହି ପୋଲ ବି ଆଉ ଗମନାଗମନ ଯୋଗ୍ୟ ହୋଇରହିନାହିଁ। ପୋଲର ଚାରିପଟୁ ଛେଲା ଛେଲା ସିମେଣ୍ଟ ଗଳୁଛି। ପୋଲର ପାର୍ଶ୍ବ ବାଡ଼ା ଭାଙ୍ଗିଯାଇଥିବାରୁ ଦୁର୍ଘଟଣା ରୋକିବା ପାଇଁ ବାଉଁଶର ବାଡ଼ା ଦିଆଯାଇଛି। ବର୍ଷ ବର୍ଷ ଧରି ଏହି ବିପଦସଂକୁଳ ପୋଲରେ ଯାତାୟାତ କରୁଛନ୍ତି ଆଖପାଖ ଅଞ୍ଚଳବାସୀ। ପାଦଚଲା, ଦୁଇଚକିଆ ଗାଡ଼ି ଯାତାୟାତ କଲେ ଭିନ୍ନ କଥା, କିନ୍ତୁ ବଡ଼ ବଡ଼ ବାଲି ଟ୍ରକ, ଟ୍ରାକ୍ଟର ଭଳି ଭାରିଯାନ ବି ଏହା ଉପରେ ଯାତାୟାତ କରୁଛି। ଯେକୌଣସି ମୁହୂର୍ତ୍ତରେ ବଡ଼ ଦୁର୍ଘଟଣା ଘଟିପାରେ, ତଥାପି ପ୍ରଶାସନ ଉଦାସୀନ ହୋଇ ବସିଛି।

ସେପଟେ ପ୍ରଶାସନ ପକ୍ଷରୁ ୨୦୧୬ ମସିହାରେ ବର୍ଷ ତଳେ ଏହି ପୋଲକୁ ବିପଦସଂକୁଳ ଘୋଷଣା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର କିଛି ଦୂରରେ ଆଉ ଏକ ପୋଲ ନିର୍ମାଣ ହେଲା। କାଞ୍ଚି ନଦୀର ଉପରେ ଏହି ନୂଆ ପୋଲ ନିର୍ମାଣ ସରିଥିଲେ ବି ଦୁଇପାର୍ଶ୍ବ ସଂଯୋଗ ହୋଇପାରିନି। ଇତିମଧ୍ୟରେ ୭ ବର୍ଷ ବିତିଗଲାଣି, ତଥାପି କେହି ଦୃଷ୍ଟି ଦେଉନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ପୁରୁଣା ପୋଲ ବିପଦସଂକୁଳ ଘୋଷଣା ପରେ ଜିଲ୍ଲା ବାହାରର ଠିକାଦାର ଏହି ନୂଆ ପୋଲ ତିଆରି କଲେ। କିନ୍ତୁ ପୋଲକୁ ଏତେ ଉଚ୍ଚା କରିଦେଲେ ଯେ ଏହା କେଉଁଠି ଦୁଇପାର୍ଶ୍ବକୁ ସଂଯୋଗ କରିବ, ତାର ବାଟ ପାଉନାହାନ୍ତି। ପୋଲର ଗୋଟିଏ ପାର୍ଶ୍ବରେ ଭାର୍ଗବୀ ନଦୀବନ୍ଧ ଥିବାବେଳେ ଅନ୍ୟପାର୍ଶ୍ବରେ ରହିଛି ଗାଁ। ଏହି ତ୍ରୁଟିପୂର୍ଣ୍ଣ କାମ ପରେ ପୋଲଟି ସେହିଭଳି ଅଧାଗଢ଼ା ଅବସ୍ଥାରେ ପଡ଼ିରହିଛି। ଠିକାଦାର ବି ଏ ବାବଦକୁ କୋଟି କୋଟି ଟଙ୍କା ନେଇ ଛୁ। ଏ ସମ୍ପର୍କରେ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ର କହିଛନ୍ତି, ୭ ବର୍ଷ ଧରି ପୋଲ ନିର୍ମାଣ ଶେ‌ଷ ହୋଇନପାରିବା ପ୍ରଶାସନର ଅବହେଳା। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସମନ୍ବୟ ନରହିବାରୁ ଠିକାଦାର ଅଧାରୁ କାମ ଛାଡ଼ି ନିଜ ଟଙ୍କା ନେଇ ପଳାଇଛନ୍ତି। ତୁରନ୍ତ ଏହି ପୋଲି ମରାମତି ପାଇଁ ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।ଏପଟେ ଲୋକେ ବିପଦ ଭିତରେ ପ୍ରତିଦିନ ଯା’ଆସ କରୁଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି। ତୁରନ୍ତ ନୂଆ ପୋଲ କାମ ଆରମ୍ଭ କରିବାକୁ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।