ରାଜ୍ୟ ସ୍ପେଶାଲ ରିପୋର୍ଟ

୭୯ତମ ଭଞ୍ଜ ଜୟନ୍ତୀ ସପ୍ତାହ ୧୬ରୁ, ଶ୍ୟାମାମଣିଙ୍କୁ କଳିଙ୍ଗ ଭାରତୀ ସମ୍ମାନ

କଟକ : ଓଡ଼ିଶାର ପ୍ରାଚୀନ ସାରସ୍ବତ ଓ ସାଂସ୍କୃତିକ ଅନୁଷ୍ଠାନ ‘କଳିଙ୍ଗ ଭାରତୀ ପକ୍ଷରୁ ୭୯ତମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସପ୍ତାହ ଆସନ୍ତା ୧୬ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ମିସନ୍‌ ରୋଡ୍‌ସ୍ଥିତ ଭଞ୍ଜମଣ୍ଡପରେ ଅନୁଷ୍ଠିତ ହେବ। ଏହି ସମା‌ରୋହରେ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଶ୍ୟାମାମଣି ଦେବୀଙ୍କୁ ମର୍ଯ୍ୟାଦାଜନକ କଳିଙ୍ଗ ଭାରତୀ ସମ୍ମାନ ପ୍ରଦାନ କରାଯିବାକୁ ଚୂଡାନ୍ତ ହୋଇଛି।

ଭଞ୍ଜ ଜୟନ୍ତୀ ସପ୍ତାହର ଉଦ୍‌ଯାପନୀ ସମାରୋହରେ ଡକ୍ଟର ଶ୍ୟାମମଣି ଦେବୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କଳିଙ୍ଗ ଭାରତୀର କାର୍ଯ୍ୟନିର୍ବାହୀ ସଭାପତି ପ୍ରଭାତ କୁମାର ନନ୍ଦ ସୂଚନା ଦେଇଛନ୍ତି। ୧୯୪୪ ମସିହାରୁ ରୀତିଯୁଗୀୟ ସାହିତ୍ୟ ଓ କଳା କ୍ଷେତ୍ରରେ ସପର୍ମିତ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ତଥା ରୀତିଯୁଗୀୟ ଧାରାର ପ୍ରଚାର ପ୍ରସାର କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପାଇଁ ଡକ୍ଟର ଶ୍ୟାମାମଣି ଦେବୀଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।