ଦେଶ ବିଦେଶ ମନୋରଞ୍ଜନ

୭୬ତମ ଜନ୍ମଦିନ ପାଳୁଛନ୍ତି କବୀର ବେଦୀ, ତିନୋଟି ବାହାଘର ଭାଙ୍ଗିବା ପରେ ୩୦ ବର୍ଷ ସାନ ଗାର୍ଲଫ୍ରେଣ୍ଡଙ୍କୁ କରିଥିଲେ ବିବାହ

ନୂଆଦିଲ୍ଲୀ ୧୬।୦୧ : ‘ଖୁନ୍‌ ଭରି ମାଙ୍ଗ୍’, ‘ମେଁ ହୁଁ ନା’, ‘କଚେ ଧାଗେ, ଭଳି ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି କବୀର ବେଦୀ । ୧୯୭୧ ପରଠାରୁ ଫିଲ୍ମ ଜଗତରେ ଆକ୍ଟିଭ୍ ଥିବା କବୀର ୬୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ କବୀର ବେଦୀ ଆଜି ତାଙ୍କର ବିଶେଷ ଦିନ ପାଳନ କରୁଛନ୍ତି। ୧୬ ଜାନୁଆରୀ ୧୯୪୬ରେ ଜନ୍ମ ହୋଇଥିବା କବୀର ବେଦୀଙ୍କୁ ଆଜି ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି । ସେ ତାଙ୍କର ବିଶେଷ ଦିନକୁ ଏକ ବିଶେଷ ଢଙ୍ଗରେରେ ପାଳନ କରିଛନ୍ତି । କବୀର ବେଦୀ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଭେଟେରାନ୍ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କର ଦୃଢ ସ୍ୱର ସହିତ, ସେ ନିଜର ଉତ୍କୃଷ୍ଟ ବ୍ୟକ୍ତିତ୍ୱ ପାଇଁ ବହୁତ ବିଖ୍ୟାତ ହୋଇଥିଲେ । ହେଲେ ସେ ତାଙ୍କର ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଚର୍ଚ୍ଚାରେ ରହି ଆସଛନ୍ତି । ତାଙ୍କର ତିନୋଟି ବିବାହ ଭାଙ୍ଗିବା ପରେ, ୭୦ ବର୍ଷ ବୟସରେ ତାଙ୍କ ଠାରୁ ୩୦ ବର୍ଷ ସାନ ଗର୍ଲଫ୍ରେଣ୍ଡକୁ ବିବାହ କରିଥିଲେ ।

କବୀର ବେଦୀଙ୍କର ପ୍ରଥମ ବିବାହ ୧୯୬୯ ମସିହାରେ ଡ୍ୟାନସର ପ୍ରତିମା ବେଦୀଙ୍କ ସହିତ ହୋଇଥିଲା। ବିବାହ ପରେ ପୂଜା ବେଦୀ ଏବଂ ପୁଅ ସିଦ୍ଧାର୍ଥଙ୍କ ଜନ୍ମ ହୋଇଥିଲେ। ଏତେ ବର୍ଷର ବିବାହ ପରେ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ଦୁହେଁ ଅଲଗା ହୋଇଯାଇଥିଲେ । କୁହାଯାଉଛି ଯେ ପରବିନ୍ ବବିଙ୍କ କାରଣରୁ ତାଙ୍କ ପ୍ରଥମ ପତ୍ନୀ ପ୍ରତିମା ଏବଂ କବୀରଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ପରେ ପୁଅ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପରେ ପ୍ରତିମା ମଧ୍ୟ ଏକ ଦୁର୍ଘଟଣାରେ ଶିକାର ହୋଇ ଏହି ଦୁନିଆରୁ ସବୁଦିନ ପାଇଁ ଚାଲି ଯାଇଥିଲେ। ପରେ କବୀରଙ୍କ ବ୍ରିଟିଶର ଫ୍ୟାଶନ ଡିଜାଇନର୍ ସୁସେନ ହାମଫ୍ରେସଙ୍କ ସହ ଯୋଡା ଯାଇଥିଲା । ଉଭୟ ପରେ ବିବାହ କରିଥିଲେ। ସୁସେନେ ଏବଂ କବୀରଙ୍କର ମଧ୍ୟ ଏକ ପୁଅ ରହିଛି । ହେଲେ ତାଙ୍କ ମଧ୍ୟରେ ଏହି ବିବାହ ମଧ୍ୟ ବେଶୀ ଦିନ ରହିଲା ନାହିଁ ଏବଂ ସେମାନେ ଛାଡପତ୍ର ନେଇଥିଲେ । ତୃତୀୟ ଥର ପାଇଁ ସେ ଟିଭି ଏବଂ ରେଡିଓ ଉପସ୍ଥାପିକା ତଥା ହୋଷ୍ଟ ନିକ୍କିଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କର କୌଣସି ସନ୍ତାନ ନଥିଲେ ମଧ୍ୟ ଏହି ବିବାହ ମଧ୍ୟ ଭାଙ୍ଗିଯାଇଥିଲା । ଏବଂ ଉଭୟ ଅଲଗା ହୋଇ ଯାଇଥିଲେ । କିନ୍ତୁ ସବୁଠାରୁ ବଡ କଥା ହେଲା ସେ ପୁଣି ଥରେ ଚତୁର୍ଥ ବିବାହ କରିଥିଲେ । ତାହା ପୁଣି ୭୦ବର୍ଷ ବୟସରେ ।

ଠିକ୍‌ ୭୦ ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ କବୀର ବେଦୀ ଗର୍ଲଫ୍ରେଣ୍ଡ ପରବିନ ଦୋସାଞ୍ଜଙ୍କୁ ବିବାହ କରିଥିଲେ । ଏହା ତାଙ୍କର ଚତୁର୍ଥ ବିବାହ ଥିଲା । ପରବିନ ଜଣେ ବ୍ରିଟିଶ ଅଭିନେତ୍ରୀ, ମଡେଲ ଏବଂ ଚଳଚ୍ଚିତ୍ର ନିର୍ମାତା, ଯିଏକି ପ୍ରାୟ ଦଶ ବର୍ଷ ଧରି କବୀରଙ୍କ ସହିତ ଲିଭ-ଇନ୍‌ରେ ରହି ଆସୁଥିଲେ । କିନ୍ତୁ ଯେତେବେଳେ ସେ ଚତୁର୍ଥ ବିବାହ କରିଥିଲେ ଝିଅ ପୂଜା ବେଦୀଙ୍କୁ ଏହା ବିଲ୍‌କୁଲ ପସନ୍ଦ ଆସିନଥିଲା ।ଏଥିପାଇଁ ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଟ୍ବିଟ୍‌ କରିଥିଲେ । ଯେଉଁଥିରେ ସେ କହିଥିଲେ କି- ‘ପ୍ରତ୍ୟେକ ପରୀ କାହାଣୀରେ ଜଣେ ଚୁଡେଲ୍‌ ତଥା ଡାହାଣି କିମ୍ବା ମନ୍ଦ ସାବତ ମାଆ ଥାଏ, ଏଭଳି ବର୍ତ୍ତମାନ ମୋର ମଧ୍ୟ ଜଣେ ପହଞ୍ଚିଛି। ହେଲେ ପରେ ପୂଜା ତାଙ୍କ ଆକାଉଣ୍ଟରୁ ଏହି ଟ୍ୱିଟକୁ ଡିଲିଟ କରିଦେଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ