ଦେଶ ବିଦେଶ

୭୫ ଦିନ ଭିତରେ ଦେଶବାସୀଙ୍କୁ ୧୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମିଳିଛି: ପ୍ରଧାନମନ୍ତ୍ରୀ

ଅହମଦାବାଦ୍‌: ଦେଶର କୋଣକୋଣରେ ପ୍ରକଳ୍ପ କାମ ନିର୍ମାଣ ହେଉଛି। ୨୦୨୪ ମସିହାର ୭୫ ଦିନ ଭିତରେ ୧୧ ଲକ୍ଷ କୋଟିର ପ୍ରକଳ୍ପର ଲୋକାର୍ପଣ, ଶିଳାନ୍ୟାସ ଓ ଭିତ୍ତିଭୂମି ପାଇଁ କାମ ହୋଇସାରିଛି। ଗତ ୧୨ ଦିନ ମଧ୍ୟରେ ୭ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ହୋଇଛି। ଆଜି କେବଳ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଦେଶବାସୀଙ୍କୁ ମିଳିଛି। ଅହମଦାବାଦ୍‌ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିକାଶ ପାଇଁ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ବିକାଶର ଗତିକୁ ମନ୍ଥର ହେବାକୁ ଦିଆଯିବ ନାହିଁ। ରେଳ ଇତିହାସରେ ଭାରତରେ ଏଭଳି ବଡ଼ କାର୍ଯ୍ୟକ୍ରମ ହୋଇ ନଥିଲା। ରେଳବାଇକୁ ଏହି ବିଶାଳ ଓ ଭବ୍ୟ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଉଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଯେଉଁ ରେଳ ପ୍ରକଳ୍ପ ଲୋକାର୍ପଣ ହୋଇଛି ବର୍ତ୍ତମାନ ପାଇଁ। କିନ୍ତୁ ଯେଉଁ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି ତାହା ଭବିଷ୍ୟତର ଗ୍ୟାରେଣ୍ଟି ପାଇଁ ହୋଇଛି। ୨୦୧୪ ପୂର୍ବରୁ ରେଳ ବଜେଟ୍‌ରେ ଦେଶବାସୀଙ୍କୁ କ’ଣ ମିଳୁଥିଲା? ଆଉ ଆଜି କ’ଣ ମିଳୁଛି। ଟ୍ରେନ୍‌ର ଆଗମନ ଟାଇମ୍‌, ସ୍ବଚ୍ଛତା ସମେତ ଆହୁରି ଅନେକ ସମସ୍ୟା ଥିଲା। ୨୦୧୪ ପରେ ଏହି ସମସ୍ୟା ନାହିଁ। ପୂର୍ବରୁ ୧୦,୦୦୦ରୁ ଊର୍ଦ୍ଧ୍ବ ଫାଟକ ଥିଲା। ଏହା ଧୀରେ ଧୀରେ ହ୍ରାସ ପାଉଛି। ଫାଟକକୁ ହଟାଇ ଅଣ୍ଡର ଗ୍ରାଉଣ୍ଡ ଅଥବା ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ କରାଯାଉଛି। ୨୦୧୪ ପୂର୍ବରୁ ମାତ୍ର ୪୫ ପ୍ରତିଶତ ଟ୍ରେନ୍‌ ବିଦ୍ୟୁତ୍‌ ଦ୍ବାରା ପରିଚାଳିତ ଥିଲା। ଏବେ ଟ୍ରେନ୍‌ଗୁଡ଼ିକ କେବଳ ବିଦ୍ୟୁତ୍‌ ଦ୍ବାରା ପରିଚାଳିତ ହେଉଛି। ରେଳବାଇ ସଂରକ୍ଷଣ ପାଇଁ କିଭଳି ବ୍ୟବସ୍ଥା ଥିଲା? ଯାତ୍ରୀମାନଙ୍କୁ ଟ୍ରେନ୍‌ ଟିକେଟ୍‌ କରିବା ପାଇଁ ବହୁ ଅସୁବିଧାର ସାମ୍ନା କରୁଥିଲେ। କିନ୍ତୁ ଆଜିକାଲି ସେହି ସମସ୍ୟର ଅନ୍ତ ହୋଇସାରିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତୀୟ ରେଳକୁ ବିକଶିତ କରିବା ପାଇଁ ଇଚ୍ଛା ଶକ୍ତି ଦରକାର। ଏବେ ରେଳବାଇର ବିକାଶ ସରକାରଙ୍କ ପ୍ରାଥମିକତା ମଧ୍ୟରୁ ଗୋଟିଏ। ଆଜିର ଦିନଟି ଇଚ୍ଛା ଶକ୍ତିର ଜାଗ୍ରତର ଦିନ। ଆଜି ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ଶତକ ଛୁଇଁଛି। ୨୫୦ ଜିଲ୍ଲାକୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ସେବା ପହଞ୍ଚି ସାରିଛି। ସରକାର ରୁଟ୍‌ ମଧ୍ୟ କ୍ରମାଗତ ଭାବେ ବଢ଼ାଉଛନ୍ତି।

ଭାରତୀୟ ରେଳବାଇ ଆଞ୍ଚଳିକ ଓ ଆସ୍ଥା ପର୍ଯ୍ୟଟନକୁ ଯୋଡ଼ିଛି। ରାମାୟଣ ଏକ୍ସପ୍ରେସ୍‌, ଭାରତ ଗୌରବ, ଆସ୍ଥା ଟ୍ରେନ୍‌ ଚଳାଚଳ କରୁଛି। ଏହା ଦ୍ବାରା ସାଢ଼େ ୪ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟାରେ ରାମଲଲାଙ୍କୁ ଦର୍ଶନ କରିସାରିଛନ୍ତି। ବିକାଶର କାର୍ଯ୍ୟ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ