ଅପରାଧ ରାଜ୍ୟ

୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

ନବରଙ୍ଗପୁର : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଅପହରଣ! ଏହାପରେ ୭୦ ହଜାର ଟଙ୍କାରେ ବିକ୍ରି ସହିତ ଦୁଷ୍କର୍ମ କରାଯାଇଛି। ! ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ର ଜଣେ ଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ଯୁବତୀଙ୍କ କହିବା ହେଲା, କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଅଞ୍ଚଳର ଅମିତ ତାଣ୍ଡି ପ୍ରେମ ଜାଲରେ ଫସାଇ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ମାର୍ଚ୍ଚ ୩୦ ତାରିଖରେ ଧର୍ମଗଡ଼ ନେଇ ଯାଇଥିଲେ। ସେଠାରୁ ପୁଣି ଖରିଆର ରୋଡ୍‌ ନେଇ ଗୋଟିଏ ଲଜ୍‌ରେ ତିନି ଦିନ ରଖିଥିଲେ। ସେଠାରୁ ଲଳିତ ନାମକ ଜଣେ ଯୁବକଙ୍କ ସହ ମିଶି ଅମିତ ରାୟପୁର ନେଇ ଗୋଟିଏ ଲଜ୍‌ରେ ରଖିଥିଲେ। ଏହି ସମୟରେ ପରିବାରକୁ ଅମିତ ଫୋନ୍‌ କରି ଝିଅ ସହ ବିବାହ କରିଥିବା ସୂଚନା ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକ ପାପଡ଼ାହାଣ୍ଡି ଥାନାରେ ଝିଅ ନିଖୋଜ ନେଇ ଏତଲା ଦେଇଥିଲେ। ତେବେ ରାୟପୁରରେ ବି ବେଶୀ ଦିନ ରଖି ନଥିଲେ ଅମିତ। ଟ୍ରେନ୍‌ରେ ନାଗପୁର ନେଇ ସେଠାରୁ ଗୁଜୁରାଟ ଯାଇଥିଲେ। ସେଠାରେ ୭୦ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ଏଥିସହିତ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ପରିବାରଲୋକେ ଏ ସମ୍ପର୍କରେ ଜାଣିବା ପରେ ତାଙ୍କୁ ଉଦ୍ଧାର କରିଥିଲେ। ଆଜି ସେ ପରିବାର ସହ ଥାନାରେ ଅଭିଯୋଗ ପାଇଁ ଆସିଥିଲେ। ମାତ୍ର, ତେବେ, ପୁଲିସ୍‌ ଅଭିଯୋଗ ଗ୍ରହଣ କରୁନଥିବ‌ା କହିଛନ୍ତି।

ଏ ନେଇ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକଙ୍କ କହିବା ହେଲା, ଯୁବତୀ ଉଦ୍ଧାର ପରେ ସାବାଳିକା ବୋଲି ଜଣାପଡ଼ିଥିଲା। ଯୁବତୀ କିମ୍ବା ତାଙ୍କ ପରିବାର ମାମଲା ରୁଜୁ କରିବାକୁ ମନା କରିଥିଲେ। ତଥାପି ଅନ୍ୟ ଗୋଟିଏ ମାମଲାରେ ଗୋଲମୁଣ୍ଡା ପୁଲିସ ଦ୍ବାରା ଗିରଫ ହୋଇଥିବା ଅମିତ ତାଣ୍ଡିକୁ ପାପଡ଼ାହାଣ୍ଡି ପଚରାଉଚୁରା କରାଯାଇଥିଲା। ଏ ପର୍ଯ୍ୟନ୍ତ ଯୁବତୀ ଏତଲା ଦେଇନଥିବା ସେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।