କଳା ଓ ସଂସ୍କୃତି ଦେଶ ବିଦେଶ ରାଜନୀତି ରାଜ୍ୟ

୭୦ ପ୍ରତିଶତ ଲୋକଙ୍କର ଇମ୍ୟୁନିଟି ଅଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ବିଏମସି ଶୀତଦିନିଆ କଟକଣା ଲାଗୁ କରିଥିବା ବେଳେ ଏହାକୁ ନେଇ ବିରୋଧ ଦେଖାଦେଇଛି। ତେବେ ବିଏମସିର ଏଭଳି ପଦକ୍ଷେପକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଉଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରଥମେ ଜୀବନ, ତାପରେ ମେଳା ମହୋତ୍ସବ। କୋଭିଡ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ଯେଉଁଠି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି, ସେଠାରେ ସତର୍କତାମୂଳକ ପଦକ୍ଷେପ ନେବେ। ଯେଉଁଠି ଯାହା ପର୍ବ ହେଉଛି, ଯେଉଁଠି ଗହଳି ହେବାର ସମ୍ଭାବନା ଅଛି। ତାକୁ କେମିତି ନିୟନ୍ତ୍ରଣ କରାଯିବ। ସେଥିପାଇଁ ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି। ଆଉ ଭୁବନେଶ୍ୱରର ସ୍ଥିତିକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି।

ଦେଶରେ ସଂକ୍ରମଣ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛି। ଓଡ଼ିଶାରେ ମଧ୍ୟ ସ୍ଥିର ଅଛି।ତଥାପି ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ। ଯେଉଁ ସେରୋ ସର୍ଭେ ହୋଇଥିଲା, ସେଥିରେ ୭୦ ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି। ତେଣୁ ଯଦି ଟିକାକରଣ ଓ ଇମ୍ୟୁନିଟି ବଢିବ, ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ। ତେଣୁ ୩ ମାସ ଭିତରେ ଯେଉଁ ପାର୍ବଣ ଅଛି ସେଥିରେ ସତର୍କ ରହିବାକୁ ପଡ଼ିବ। ପ୍ରଥମେ ଜୀବନ, ତାପରେ ମେଳା, ମହୋତ୍ସବ, ଯାତ୍ରା। ଏହା ଜାତୀୟ ବିପତ୍ତି, ଏହାର ମୁକାବିଲା କରିବା ଆମର ବଡ଼ ଦାୟିତ୍ୱ। ପୂର୍ବଭଳି ସ୍ଥିତି ଯେପରି ନ ଉପୁଜୁ ସେଥିପାଇଁ ଏଭଳି କଟକଣା ଲଗାଯାଇଛି। ତେଣୁ କୋଭିଡ ସ୍ଥିତି ଚାଲିଗଲେ ମେଳା, ମହୋତ୍ସବ ହୋଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,