ରାଜ୍ୟ ସ୍ୱାସ୍ଥ୍ୟ

୭ରାଜ୍ୟକୁ ୧୨ଶହ ମେଟ୍ରିକ୍‌ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ପଠାଯାଇଛି-ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା

କଟକ ୨୬।୦୪: ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । ଅନେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି । ଯାହାକୁ ପୂରଣ କରିଛି ଓଡିଶା । ଅନେକ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡିଶା । ବର୍ତ୍ତମାନ ସୁଦ୍ଧାର ଓଡିଶାରୁ ୧୨୬୭,୯୩୧ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ପଠାଯାଇଛି । ଏନେଇ ଏଡିଜି ଯଶୋବନ୍ତ ଜେଠ୍‌ଓ୍ୱା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସ ଏସକର୍ଟରେ ବର୍ତ୍ତମାନ ସୁଦ୍ଧା ୬୭ ଟ୍ରକରେ ୧୨୬୭.୯୩୧ ମେଟ୍ରିକ୍ ଟନ୍ ଅକ୍ସିଜେନ ପଠାଯାଇଛି । ଏଥିରୁ ସର୍ବାଧିକ ୨୨ ଟି ଟ୍ରକରେ ୪୫୮.୩ ମେଟ୍ରିକ୍ ଟନ୍ ଅକ୍ସିଜେନ ଆନ୍ଧ୍ର ପ୍ରଦେଶକୁ ପଠାଯାଇଛି । ସେହିପରି ତେଲେଙ୍ଗାନାକୁ ୧୭, ମହାରାଷ୍ଟ୍ର ୬, ମଧ୍ୟପ୍ରଦେଶ ୮, ହରିୟାଣା ୮, ଉତ୍ତର ପ୍ରଦେଶକୁ ୪, ଛତିଶଗଡ଼କୁ ୨ ଟି ଅକ୍ସିଜେନ୍‌ ଟ୍ରକ ପଠାସରିଛି ।

ତେବେ ରାଜ୍ୟରେ ଅକ୍ସିଜେନ, ମେଡ଼ିସିନ୍ ଓ କୋଭିଡ ସାମଗ୍ରୀ ଯାଞ୍ଚ ଲାଗି ଓଡ଼ିଶା ପୋଲିସ ପକ୍ଷରୁ ୨୨ଟି ଫ୍ଲାଇଂ ସ୍ବାଡ୍‌ ଗଠନ ହୋଇଛି । ସେଥିମଧ୍ୟରୁ କଟକ ଓ ଭୁବନେଶ୍ଵର ପାଇଁ ୭ଟି ନିୟୋଜିତ କରାଯାଇଛି । ଏହି ଟିମ୍‌ରେ ଡ୍ରଗ କଣ୍ଟ୍ରୋଲ, ଏସଟିଏଫ୍ ଏବଂ ଓଡ଼ିଶା ପୋଲିସ ସାମିଲ ଅଛନ୍ତି । ୨୦ଟି ହସପିଟାଲ ଓ ଏଜେନ୍ସିକୁ ବଜାରରେ କୌଣସି ଅନିୟମିତତା ନକରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଚେତାବନୀ ପତ୍ର ଦିଆଯାଇଛି । ତେଣୁ ଯିଏ ଅନିୟମିତତା କରିବ, ସେମାନଙ୍କ ବିରୋଧରେ ଆଇପିସି ଧାରା ଓ ଡ୍ରଗସ ନିୟନ୍ତ୍ରଣ ଆଇନ୍‌ରେ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ