ରାଜ୍ୟ ସ୍ପେଶାଲ ରିପୋର୍ଟ

୬ ବର୍ଷ ବି ତିଷ୍ଠିଲାନି ନେତାଜୀ ଜନ୍ମସ୍ଥାନ ବାଖ୍ୟାନ କେନ୍ଦ୍ର: ଖର୍ଚ୍ଚ ହୋଇଥିଲା ଦେଢ କୋଟି; ନବୀକରଣ ପାଇଁ ୨ କୋଟି ବ୍ୟୟ ବରାଦ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ: ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ୬ ବର୍ଷ ବି ତିଷ୍ଠିଲା ନାହିଁ। ତାହାର ନବୀକରଣ ପାଇଁ ବ୍ୟୟବରାଦ ହୋଇଛି ଆଉ ୨ କୋଟି ଟଙ୍କା। କଟକର ଓଡ଼ିଆ ବଜାରରେ ଥିବା ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ନିର୍ମିତ ବାଖ୍ୟାନ କେନ୍ଦ୍ରର ଏଭଳି ସ୍ଥିତି ଏବେ ସମସ୍ତଙ୍କୁ ଚକିତ କରୁଛି। ନେତାଜୀଙ୍କ ଜୀବନର ଘଟଣାକ୍ରମକୁ ପ୍ରଦର୍ଶିତ କରିବା ସହିତ ସେଠାରେ ବିଭିନ୍ନ ସମାବେଶ ଆୟୋଜନ ଉଦ୍ଦେଶ୍ୟରେ ୨୦୧୬ରେ ନିର୍ମାଣ ହୋଇଥିଲା ବାଖ୍ୟାନ କେନ୍ଦ୍ର। କିନ୍ତୁ ୬ ବର୍ଷରେ ଏହାର ଏଭଳି ସ୍ଥିତି ଉଦ୍‌ବେଗର କାରଣ ହୋଇଛି।

୨୦୧୬ରେ ପର୍ଯ୍ୟଟନ ପ୍ରକଳ୍ପ ଯୋଜନାରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଓଟିଡିସି (ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ) ପକ୍ଷରୁ ଏହି ବାଖ୍ୟାନ କେନ୍ଦ୍ର ନିର୍ମାଣ କରାଯାଇଥିଲା। ପ୍ରାୟ ୧୫ଟି ରୁମ୍ ବିଶିଷ୍ଟ ବାଖ୍ୟାନ କେନ୍ଦ୍ରରେ ଏକ ଗମ୍ବୁଜ ଆକୃତିର ହଲ ରହିଥିଲା। ଏହି ହଲକୁ ସିଲିଂ କରାଯିବା ସହିତ ଏଥିରେ ୬ଟି ଏସି ଲଗାଯାଇଥିଲା। କିନ୍ତୁ ଏହା ବିଶେଷ ଉପଯୋଗ ତ ହେଲା ନାହିଁ ବରଂ ନିର୍ମାଣର ମାତ୍ର ଦୁଇ ବର୍ଷ ଭିତରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଭାଙ୍ଗିରୁଜି ଗଲା। ଓଟିଡିସି ପକ୍ଷରୁ ଏହି ବାଖ୍ୟାନ କେନ୍ଦ୍ରକୁ ପ୍ରଥମେ କଟକ ପୌର ନିଗମକୁ ହସ୍ତାନ୍ତର କରିବାକୁ ଯୋଜନା ହୋଇଥିଲା। ପୌର ନିଗମ ଏହି କୋଠାର ରକ୍ଷଣାବେକ୍ଷଣ ସହିତ ବାଖ୍ୟାନ କେନ୍ଦ୍ରରେ ଥିବା ହଲକୁ ସର୍ବସାଧାରଣଙ୍କ କାର୍ଯ୍ୟକ୍ରମ ପାଇଁ ଭଡ଼ାରେ ଲଗାଇବାକୁ ଯୋଜନା କରାଯାଇଥିଲା। କିନ୍ତୁ ୨୦୧୮ ଜାନୁଆରିରେ ଏହାକୁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ବାଖ୍ୟାନ କେନ୍ଦ୍ର ଦାୟିତ୍ବରେ ଥିବା ଟ୍ରଷ୍ଟର ବେପରୱା କାର୍ଯ୍ୟ ପାଇଁ ବାଖ୍ୟାନ କେନ୍ଦ୍ରର ସ୍ଥିତି ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

କବାଟ ଭାଙ୍ଗି ଯାଇଥିବା ବେଳେ ମଝି ହଲ୍‌ର ସମସ୍ତ ଏସି ଅଚଳ ହୋଇପଡ଼ିଛି। ଉପର ସିଲିଂ ଭାଙ୍ଗିଯାଇଛି। ସଂଗ୍ରହାଳୟର କଳେବର ବୃଦ୍ଧି ଉଦ୍ଦେଶ୍ୟରେ ନେତାଜୀଙ୍କ କିଛି ଫଟୋ ଏହି ବାଖ୍ୟାନ କେନ୍ଦ୍ରର ଗ୍ୟାଲେରିରେ ପ୍ରଦର୍ଶନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସବୁ ଯୋଜନା ଏବେ ଫାଇଲ୍ ଭିତରେ ଥିବା ବେଳେ ଏବେ ଏହାର ନବୀକରଣ କାର୍ଯ୍ୟ ପାଇଁ ଯୋଜନା ଆରମ୍ଭ ହୋଇଛି। ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏହାର ନବୀକରଣ କାର୍ଯ୍ୟ ପାଇଁ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ପ୍ରକ୍ରିୟା ଆରମ୍ଭ କରିଛି। ୨୦୨୨, ଅକ୍ଟୋବର ୨୯ରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ କାର୍ଯ୍ୟକାରିଣୀ ବୈଠକ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା। ଏହି ବୈଠକରେ ବାଖ୍ୟାନ କେନ୍ଦ୍ରର ନବକଳେବର କରିବାକୁ ନିଷ୍ପତ୍ତି ହୋଇଛି।

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟର ତତ୍ତ୍ବାବଧାରକ ଅଧିକାରୀ ଜଳେନ୍ଦ୍ର ପ୍ରସାଦ ରାୟଙ୍କ କହିବା ଅନୁଯାୟୀ, ଆର୍‌ଆଣ୍ଡବି ନିର୍ବାହୀ ଯନ୍ତ୍ରୀଙ୍କୁ କୋଠାର ପୁରା ଢାଞ୍ଚା ବଦଳାଇବାକୁ ଦାୟିତ୍ବ ଦିଆଯାଇଛି। ଏଥି ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଠି କଟକ ଜିଲ୍ଲାରେ ଥିବା ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ଓ ଜୀବନୀକୁ ପ୍ରଦର୍ଶିତ କରାଯିବାକୁ ଯୋଜନା କରାଯାଉଥିବା ଶ୍ରୀ ରାୟ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।