ଅପରାଧ ଦେଶ ବିଦେଶ

୬ ଦିନ ମଧ୍ୟରେ ନିର୍ବାଚନ ଘୋଷଣା ନ ହେଲେ ଇସ୍‌ଲାମାବାଦ ଫେରିବି କହି ପ୍ରତିବାଦ ପ୍ରତ୍ୟାହାର କଲେ ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ୬ ଦିନ ମଧ୍ୟରେ ନିର୍ବାଚନ ଘୋଷଣା କର ନଚେତ ସମସ୍ତ ଦେଶବାସୀଙ୍କୁ ଧରି ଇସ୍‌ଲାମାବାଦକୁ ଆସିବି ବୋଲି ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପିଟିଆଇ’ର ଅଧ୍ୟକ୍ଷ ଇସ୍‌ଲାମାବାଦରେ ପ୍ରତିବାଦକାରୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ସରକାରଙ୍କୁ ଚେତାଇ ଦେଇଛନ୍ତି।

ଚଢ଼ାଉ ଓ ଗିରଫଦାରି ସମେତ ‘ପିଟିଆଇ’ର ପଦଯାତ୍ରାକୁ ବାଧା ଦେବା ପାଇଁ ବିଦେଶର ଆମଦାନି କରାଯାଇଥିବା ସରକାର ଉପଯୋଗ କରୁଥିବା କୌଶଳଗୁଡ଼ିକୁ ସେ ତୀବ୍ର ସମାଲୋଚନା କରିବା ସହ ଘଟଣା ପ୍ରତି ଦୃଷ୍ଟି ଦେଇଥିବାରୁ ସୁପ୍ରିମ୍‌ କୋର୍ଟଙ୍କୁ ଧନ୍ୟବାଦ ଦେଇଥିବା କଥା ଗଣମାଧ୍ୟମ ‘ଡନ୍‌’ ରିପୋର୍ଟ କରିଛି।

ଏପ୍ରିଲ୍‌ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା ଇମ୍ରାନ୍‌ ଖାଁ ସଦ୍ୟ ନିର୍ବାଚନ ଦାବି କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଲାଗି ଇସ୍‌ଲାମାବାଦର ‘ଡି-ଚୌକ୍‌’ରେ ଏକତ୍ର ହେବାକୁ ତାଙ୍କ ସମର୍ଥକମାନଙ୍କୁ ଡାକିଥିଲେ।

ଜାତୀୟ ରାଜଧାନୀ ଇସ୍‌ଲାମାବାଦରେ ପ୍ରତିବାଦ ଶୋଭାଯାତ୍ରା ନିମନ୍ତେ ଅନୁମତି ପ୍ରଦାନ କରିବା ଲାଗି ପାକିସ୍ତାନ ସୁପ୍ରିମ୍‌ କ‌ୋର୍ଟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେବା ପରେ ଇମ୍ରାନ୍‌ ଖାଁ ପ୍ରତିବାଦ ରାଲି ଆରମ୍ଭ କରିଥିଲେ। ଏହାଛଡ଼ା, ତାଙ୍କୁ ଗିରଫ ନ କରିବା ପାଇଁ ମଧ୍ୟ ସୁପ୍ରିମ୍‌ କୋର୍ଟ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସମବେତ ଅସଂଖ୍ୟ ପ୍ରତିବାଦକାରୀମାନେ ବାରିକେଡ୍‌ ଭାଙ୍ଗିବା ଆରମ୍ଭ କରିବା ମାତ୍ରେ ପୁଲିସ ସହିତ ସଂଘର୍ଷ ଆରମ୍ଭ ହୋଇଥିଲା। ସଂଘର୍ଷ ବ୍ୟାପିବା ପରେ ପରେ ‘ଆଜାଦି ପଦଯାତ୍ରା’ କୁହାଯାଉଥିବା ଏହି ପ୍ରତିବାଦରୁ ବିରତ ରହିବା ଲାଗି ପୁଲିସ ବହୁସଂଖ୍ୟକ ‘ପିଟିଆଇ’ କର୍ମୀ ଓ ନେତାମାନଙ୍କୁ ଗିରଫ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ