ଭଞ୍ଜନଗର ୦୧/୦୬ : ଗଞ୍ଜାମ ଜିଲ୍ଲା ତାରାସିଂଙ୍ଗି ଥାନା ଅନ୍ତର୍ଗତ ଦୋମୁହାଣୀ ଗାଁ ଝାଞ୍ଜିରୀ ସାହିରେ ଗତ ରାତିରେ ଚୋରମାନେ ଲଗାତାର ୬ ଜଣଙ୍କ ଘରେ ପଶି ଲୁଟ କରି ଫେରାର ହୋଇଯାଇଛନ୍ତି। ଚୋର ସମସ୍ତ ଙ୍କ ବାଡ଼ିପଟେ କବାଟକୁ ଭାଙ୍ଗି ଘର ଭିତରେ ପସିଥିବା ଜଣାପଡିଛି l
ସମସ୍ତଙ୍କ ଘରୁ ଲୁଟ ହୋଇଥିବା ସୁନାର ପରିମାଣ ୧୦ ତୋଳା ହୋଇଥିବା ବେଳେ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ତାରାସିଂଙ୍ଗ ଗାଲେରୀ ପୋଲିସ ପହଞ୍ଚି ତଦନ୍ତ କରୁଛି। ସାହିର ସନ୍ୟାସୀ ଗୌଡ଼, କାହ୍ନୁ ଗୌଡ଼, ଗୌର ପଳେଇ, ବୈଷମ ବେହେରା, ସୁନୀଳ ଗୌଡ଼, ସନ୍ତୋଷ ଗୌଡ଼ ଏମାନଙ୍କ ସୁନା ହାର, ଖାସୁଲ, ମୁଦି, କାନ ଫୁଲ, ଟଙ୍କା ଚୋରି ହୋଇଛି। ଘଟଣା ରେ ଏକ ବଡ ଚୋରି ଗ୍ୟାଙ୍କର ହାତ ଥିବା ସନ୍ଦେହ କରାଯାଉଛି l