ରାଜ୍ୟ ସ୍ପେଶାଲ ରିପୋର୍ଟ

୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର/ନୂଆଦିଲ୍ଲୀ: ଆଜି ‘୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା କରାଯାଇଛି। ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍‌ରେ ଆଜି (ଗୁରୁବାର) ପୁରସ୍କାର ବିଜେତାମାନଙ୍କ ନାମ ଘୋଷିତ ହୋଇଛି। ‘ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ଚଳଚ୍ଚିତ୍ର ପାଇଁ କୃତୀ ସାନନ୍‌ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ କରାଯାଇଛି। ‘ପୁଷ୍ପା’ ଚଳଚ୍ଚିତ୍ର ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ‘ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯିବ। ‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’କୁ ‘ଶ୍ରେଷ୍ଠ ଫିଚର ଫିଲ୍ମ’ ଓ ‘ଆର୍‌ଆର୍‌ଆର୍‌’କୁ ‘ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର’ ମିଳିବ। ଅନ୍ୟପଟେ ‘ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର’ ଭାବେ ‘ପ୍ରତୀକ୍ଷା’ର ନାମ ଘୋଷଣା ଓଡ଼ିଶା ପାଇଁ ଗୌରବ ନେଇ ଆସିଛି।

ସେହିଭଳି ଜାତୀୟ ଏକତା ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ‘ଦ କଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରକୁ ‘ନର୍ଗିସ ଦତ୍ତ ପୁରସ୍କାର’ ଦିଆଯିବ। ହିନ୍ଦୀ ଚଳଚ୍ଚିତ୍ର ସର୍ଦ୍ଦାର ଉଦ୍ଧମକୁ ‘ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର’ ମିଳିଛି। ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ପୋଷାକ ଡିଜାଇନର୍, ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନର୍ ଓ ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ବି ଜାତୀୟ ପୁରସ୍କାର ଜିତିଛି। ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ପଲ୍ଲବୀ ଯୋଶୀ (ଦ କଶ୍ମୀର ଫାଇଲ୍ସ) ଓ ଶ୍ରେଷ୍ଠ ସହଅଭିନେତା ଭାବେ ପଙ୍କଜ ତ୍ରିପାଠୀ (ମିମି) ପୁରସ୍କାର ଜିତିଛନ୍ତି। ଶ୍ରେୟା ଘୋଷାଲଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ପୁରସ୍କାର ମିଳିଛି। ସେହିପରି ଶ୍ରେଷ୍ଠ ଶିଶୁ କଳାକାର ଭାବେ ଭବୀନ ରବାରୀ ଏହି ଜାତୀୟ ପୁରସ୍କାର ଜିତିଛନ୍ତି।

ଉଲ୍ଲେଖଥାଉକି ଫିଚର ଫିଲ୍ମ ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷାର ପ୍ରଯୋଜକ ଓ ନିର୍ଦ୍ଦେଶକ ହେଉଛନ୍ତି ଅନୁପମ ପଟ୍ଟନାୟକ। ପୁରସ୍କାର ବାବଦରେ ରଜତ କମଳ ଓ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମଧ୍ୟବିତ୍ତ ପରିବ‌ାରରେ ବାପପୁଅଙ୍କ ସଂପର୍କ ଓ ଚାକିରି ପାଇଁ କେମିତି ପୁଅ ସମସ୍ୟା ଭୋଗ କରେ ସେହି କାହାଣୀକୁ ଦର୍ଶାଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ର ଗଳ୍ପ ‘ବାପା’ ଉପରେ ଏହି ଚଳଚ୍ଚିତ୍ର ଆଧାରିତ। ଚଳଚ୍ଚିତ୍ର ୨୦୨୨ ଡିସେମ୍ବର ୨ତାରିଖରେ ମୁକ୍ତିଲାଭ କରିଥିଲା। ଏଥିରେ ବର୍ଷ‌ା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସଙ୍କ ଭଳି କଳାକାର ଅଭିନୟ କରିଛନ୍ତି। ରାଜ୍ୟ ଭିତରେ ଓ ବା‌ହାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଗୋଆ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ଏହା ପ୍ରଦର୍ଶିତ ହୋଇଥିଲା। ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଗତି କରୁଥିବା ବେଳେ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ରୂପେ ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯିବାକୁ ନେଇ ବିଭିନ୍ନ ମହଲରେ ଖୁସିର ଲହରୀ ସୃଷ୍ଟି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।